ସାହିତ୍ୟ ପତ୍ରିକା ‘ଘାସଫୁଲ’ର ପାର୍ବଣ ବିଶେଷାଙ୍କ ଲୋକାର୍ପିତ

ଭଦ୍ରକ :୧୩/୧୦:– ଆଜି ସନ୍ଧ୍ୟାରେ ବିରୋଧୀ ଦଳ ଉପନେତା ବିଧାୟକ ବିଷ୍ଣୁ ସେଠୀଙ୍କ ଦ୍ଵାରା ଭଦ୍ରକରୁ ସମ୍ପାଦିତ ଓଡ଼ିଆ ଭାଷା ସାହିତ୍ୟର ଅଗ୍ରଣୀ ପତ୍ରିକା ‘ଘାସଫୁଲ’ ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବିଶିଷ୍ଟ ସ୍ତମ୍ଭକାର ତଥା ସାହିତ୍ୟିକ ଅଭୟ ଦ୍ୱିବେଦୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,‘ ସମାଜସେବୀ ବ୍ୟୋମକେଶ ସେନାପତି ,ଅଧିବକ୍ତା ଗଦାଧର ବଳ, ଗାଳ୍ପିକ ବିଭୂତି ଭୂଷଣ ସେନାପତି ପ୍ରମୁଖ ଏଥିରେ ଯୋଗଦେଇଥିବାବେଳେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ସୁଧାକର ନନ୍ଦ ଓ ନିର୍ମଳ ଚନ୍ଦ୍ର ରାଉତଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ।

ରିପୋର୍ଟ :- ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *