ଭଦ୍ରକରେ ଟ୍ରାଫିକ ବ୍ୟବସ୍ଥା ଅଚଳ। ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସ କେତେ ସୁରକ୍ଷିତ !!

ଭଦ୍ରକ: ୧୩/୧୦:-ଭଦ୍ରକ ସହର ପୂର୍ବ ଅପେକ୍ଷା ଅଧିକ ଚଳ ଚଞ୍ଚଳ ହୋଇ ପଡିଛି, ଏବେ ଦୁର୍ଗାପୂଜା ପାଇଁ ସହର ପୁରା ଭିଡ଼ ରହୁଛି। କଚେରୀ ,ବନ୍ତଛକ ଠାରୁ ଆରମ୍ଭ କରି କଲେଜ ଛକ, ନୂଆ ବଜାର, ବାଇପାସ ଓ ଚରମ୍ପାରେ ଅଧିକ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ଏଠାରେ ଟ୍ରାଫିକ କଣ୍ଟ୍ରୋଲ କରିବା ପାଇଁ କନେଷ୍ଟବଳ ଓ ହୋମ ଗାର୍ଡ ମାନଙ୍କୁ ଡ୍ୟୁଟି ଦିଆ ଯାଇଛି। ହେଲେ ସେମାନଙ୍କ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ କୌଣସି ସୁବିଧା ଦିଆ ଯାଉନାହିଁ ବୋଲି ଶୁଣିବାକୁ ମିଳୁଛି । ସହର ମଧ୍ୟରେ ଭୀଷଣ ଖରାରେ ୮ ଘଣ୍ଟା ଡ୍ୟୁଟି କରୁଥିବା ଏହି ପୁଲିସ କଟିର୍ମଚାରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ନା ସେମାନଙ୍କୁ ଛତା ଦିଆ ଯାଉଛି, ନା ଟୋପି ,ନା ପାଣି ବୋତଲ ନା ସେମାନଙ୍କ ପାଇଁ ରାସ୍ତା ମଝିରେ ଆଉଟ ପୋଷ୍ଟ ତଥାପି ଡ୍ୟୁଟି କରି ଆସୁଛନ୍ତି । ଆଜି ଭଦ୍ରକ ସହର ଅପର୍ତ୍ତିବିନ୍ଧା ଛକ ଠାରେ ଖରାରେ ଡ୍ୟୁଟି କରୁଥିବା ସମୟରେ ସତ୍ୟଵାନ ସେଠୀ ନାମକ ଟ୍ରାଫିକ କର୍ମଚାରୀ ହଟାତ ଅଚେତ ହୋଇ ପଡିଲେ, ଖବର ପାଇ ଟ୍ରାଫିକ ହାବିଲଦାର ଅଜୟ ନାୟକ ଆସି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଛି। ଘର ପରିବାର ଛାଡି ପୂଜା ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ଜିଲ୍ଲା ପୁଲିସ ତରଫରୁ ତୁରନ୍ତ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *