ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳି ପାଲଟିଛି -ଜରାଜୀର୍ଣ୍ଣ ଭୂତକୋଠି

ଜଗତସିଂହପୁର ବ୍ଲକ ପଟସରା ପଞ୍ଚାୟତ ପଟସରା ଗ୍ରାମରେ ଆୱାର୍ଡ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ୟମରେ  ରାଜ୍ୟ ଖଦି ନିଗମ ସହାୟତାରେ ଆମେରିକା ସରକାର ୨୦୦୧ ମସିହାରେ ଦଶ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନରେ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳି ନିର୍ମାଣ କରାଯାଇଥିଲା । ଏହା ୨୦୦୨ ମସିହାରେ ପୂର୍ଣ୍ଣାଙ୍ଗ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ବିଷ୍ଣୁ ଚରଣ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳି ଗୃହରେ ବେକାରୀ ଯୁବକ, ଯୁବତୀମାନଙ୍କୁ ଧନ୍ଦା ମୂଳକ ତାଲିମ ପ୍ରଦାନ କରାଯାଉଥିଲା । ଏବେ ବହୁମୂଖି ବାତ୍ୟା ଆଶ୍ରୟ ସ୍ଥଳି ଜରାଜୀର୍ଣ୍ଣ  ଅବସ୍ଥାରେ ଭୁତ କୋଠି ପାଲଟିଛି । ଜଣେ ବ୍ୟକ୍ତି ବାତ୍ୟା ଆଶ୍ରୟସ୍ଥଳୀକୁ ବ୍ୟକ୍ତିଗତ ମାଲିକାନା ଜାହିର କରିଥିବାରୁ ସମୂହ ସ୍ୱାର୍ଥ ବଳି ପଡ଼ିଥିବା ଅଭିଯୋଗ ହୋଇଛି। ଏପରିକି ଏହି ବ୍ୟକ୍ତି ଜଣକ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଫଳକକୁ ସମ୍ପୂର୍ଣ୍ଣ ଭାଗୀଦେଇ ତାହା ଉପରେ ପ୍ଳାଷ୍ଟର କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ଖଦି ନିଗମ ଦ୍ଵାରା  ଆମେରିକା ସରକାର ଆର୍ଥିକ ଅନୁଦାନରେ ନିର୍ମାଣ କରାଯାଇଥିବା ବାତ୍ୟା ଆଶ୍ରୟ ସ୍ଥଳି ବ୍ୟକ୍ତିଗତ ମାଲିକାନାରୁ କେବେ ମୁକ୍ତ ହୋଇ ସମୂହ କାର୍ଯ୍ୟରେ ବ୍ୟବହୃତ ହେବ ଏଥିପ୍ରତି ଜ଼ିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *