ଜାତୀୟ ରାଜପଥ ପୋଲରେ ହେଲା ଖାଲ, ଯାନବାହନ ଚଳାଚଳ ବାଧାପ୍ରାପ୍ତ

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜାତୀୟ ରାଜପଥ ୪୯ର ବମ୍ବେ କଲିକତା ରାସ୍ତାରେ ଥିବା ଶଙ୍କରପୁର ଅରଡେଇ ନଦୀ ପୋଲରେ ବିଶାଳ ଗର୍ତ ଦେଖିବାକୁ ମିଳିଛି। ଏହି ଗର୍ତ ଧୀରେ ଧୀରେ ବଢିବାକୁ ଲାଗିଛି । ଉଭୟ ପଟରେ ବହୁ ଭାରି ଯାନବାହନ ଛିଡା ହୋଇ ରହିଛନ୍ତି । ଆଜି ବିଶ୍ଵକର୍ମା ପୂଜା ଥିବାରୁ ଉକ୍ତ ରାସ୍ତାରେ ଭିଡ଼ ବୃଦ୍ଧି ପାଉଛି । ପ୍ରଶାସନ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନଥିବା ଜଣାପଡିଛି ।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *