ନୂତନ ଶିକ୍ଷାବର୍ଷ ଆରମ୍ଭ ଆଇଆଇଟିରେ

ଜଟଣୀ:ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ଆଇଆଇଟି ପକ୍ଷରୁ ଜଣାପଡିଛି । ପ୍ରଥମ ବର୍ଷ ବ୍ୟତୀତ ଇଞ୍ଜିନିୟରିଂ ପାଠ୍ୟକ୍ରମ ସମାପ୍ତ ହୋଇଛି ।ନୂତନ ଏକାଡେମିକ୍ ଅଧିବେଶନ ଠିକ୍ ସମୟରେ ଆରମ୍ଭ ହୋଇଛି ଚଳିତ ବର୍ଷ କରୋନା ମହାମାରୀ ସତ୍ତ୍ଵେ ଆଇଆଇଟି ପକ୍ଷରୁ ପାରମ୍ପରିକ ପେନ୍, ପେପର୍ ଏବଂ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ସଞ୍ଚାଳନ କରାଯାଇଥିଲା । ଏମ୍ ଟେକ୍ ରେ ୧୭୬ଜଣ, ଏମଏସସି ରେ ୧୧୦ ଜଣ ଏବଂ ପିଏଚଡି ରେ ୪୪ଜଣ ନାମ ଲେଖାଇଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ଯକ୍ରମରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର୍ ରତ୍ନମ ଭି ରାଜକୁମାରଙ୍କ ଉପସ୍ଥିତିରେ ଡକ୍ଟର ପି.ଆର. ସାହୁ ଏକାଡେମିକ୍ ର ମୁଖ୍ୟ ପ୍ରୋଗ୍ରାମ ଏବଂ ଏକାଡେମିକ୍ ନିୟମାବଳୀ ଉପରେ ଉପସ୍ଥାପନା କରିଥିଲେ । ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁଜିତ ରୟ ଡିନ୍ ଆର ଆଣ୍ଡ ଡି,ରେଜିଷ୍ଟ୍ରାର ଶ୍ରୀ ଦେବରାଜ ରଥ , ଡକ୍ଟର ଶାନ୍ତନୁ ପାଲ, ଡକ୍ଟର ସଙ୍କର୍ଷଣ ମହାପାତ୍ର ଛାତ୍ର ଜିମ୍ ଖାନା, ଡକ୍ଟର ଶ୍ରୀନିବାସ ଭାସ୍କର କରାଙ୍କି, ପିଇସି କାଉନସେଲିଂ ଏବଂ ଆଇଆଇଟିର ଅଧ୍ୟାପକ, ଅଧିକାରୀ, ଅଧ୍ୟାପିକା ପ୍ରମୂଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *