ଟ୍ରକ ଦୁର୍ଘଟଣାରେ ବୃଦ୍ଧ ମୃତ
ତାଳଚେର-୧୧/୦୧/୨୨ -ତାଳଚେର ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥ ଠାରେ ଏକ ଅଜଣା ଟ୍ରକ ଧକ୍କାରେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଘଟଣା ସେହି ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି । ଆଜି ଅପରାହ୍ଣ ପ୍ରାୟ ସାଢ଼େ ତିନିଟା ସମୟରେ ପର୍ଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଗ୍ରାମର ଜୈନିକ ବ୍ୟକ୍ତି କୌଣସି କାମକୁ ନେଇ ତାଳଚେର ଆସିଥିଲେ । ଉକ୍ତ ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଚାପିଦେଇ କୁଆଡ଼େ ଫେରାର୍ ହୋଇଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଅଂଟାରୁ ପାଦଯାଏ ଟ୍ରକ ମାଡ଼ିଯାଇଥିବାରୁ ତାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ତେବେ ଏ ଖବର ପ୍ରଚାରିତ ହେବାପରେ ସେହି ସ୍ଥାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ତାଳଚେର ଟାଉନ୍ ଥାନା ପୋଲିସ୍ ପଂହଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ତାଳଚେର ସରକାରୀ ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି । ମାତ୍ର ବର୍ତମାନ ସୁଦ୍ଧା ବୃଦ୍ଧଙ୍କ ପ୍ରକୃତ ନାମ ଜଣାପଡ଼ିନାହିଁ ।
