ହାତୀ ଆକ୍ରମଣରେ ଚାଷୀ ଗୁରୁତର

କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଜହ୍ନ୍ନପଡା ଗାଁ ରେ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଭାବେ ଆହତ ହୋଇଛନ୍ତି, ଗୁରୁତର ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ଉଦୟ ନାୟକ, ସେ ଗାଁ ନିକଟସ୍ଥ ବିଲକୁ ନଡ଼ା ଆଣୀବାକୁ ଯିବାବେଳେ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇଥଲା ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ତାଙ୍କୁ ଗୁରୁତର ଭାବେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ବର୍ତମାନ ସଂଙ୍କଟାପନ୍ନ ଥିବା ଜଣାପଡିଛି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *