ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥ ଉଦଘାଟିତ।

ଫୁଲବାଣୀ:-୨୮/୦୭- ପ୍ରଧାନମନ୍ତ୍ରୀ ଫସଲ ବିମା ସଂକ୍ରାନ୍ତିୟ ସମସ୍ତ ସୁବିଧା ସୁଯୋଗ ଯେପରି ପାଇପାରିବେ ସେ ନେଇ ଚାଷୀମାନଙ୍କୁ ପିଏମଏଫଏସୱାଇ ଯୋଜନାରେ ଅଧିକରୁ ଅଧିକ । ଚାଷୀ ଯେପରି ସାମିଲ ହେବେ ସେ ନେଇ ଚକାପାଦ ବ୍ଲକ କୃଷି ବିଭାଗ ପକ୍ଷରୁ ବୁଧବାର ଏକ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା।ଏହି ସଚେତନତା ରଥକୁ ଚକାପାଦ ତହସିଲଦାର ଶ୍ରୀମତି ମଧୁସ୍ମିତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା କରି ପ୍ରାକୃତିକ ଦୁର୍ବିପାକରେ ହୋଇଥିବାଫସଲ ହାନୀ ହେଲେ ଚାଷୀମାନଙ୍କୁ କ୍ଷତିର ଭରଣା କରାଯାଉଛି। ଏଣୁ ଏହାର ସୁଯୋଗ ନେବାପାଇଁ ତହସିଲଦାର ଚାଷୀଙ୍କୁ ପରାମର୍ଶ ଦେଇଥିଲେ ।ସେହିପରି ଧାନ ହେକ୍ଟର ପିଛା ୧୧୬୫/-,ମକା -୫୭୨.୫୦, ଅଦା- ୨୨୫୭, ହଳଦୀ ପାଇଁ ୧୬୭୫ ଟଙ୍କା ପ୍ରିମିୟମ ରାଶି ଜୁଲାଇ ୩୧ ସୂଧା ବାନ୍ଧିବାକୁ ପଡିବ ବୋଲି କୃଷି ବିଭାଗ ଅଧିକାରି ହେମନ୍ତ ଦାସ କହିଥିଲେ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଅବିନାଶ ମେହର, ସହକାରୀ କୃଷି ଅଧିକାରି ପ୍ରଶାନ୍ତ ମହାପାତ୍ର,ବ୍ଲକ କୃଷି ଅଧିକାରି ଶ୍ରୀହରି କହଁର, ଆତ୍ମା ବିଟିଏମରା ରାଧାରମଣ ଶର୍ମା, ରାଜସ୍ଵ ସୁପରଭାଇଜର ବାଳକୃଷ୍ଣ ବେହେରା।ଇନସ୍ୟୁରାନ୍ସ କଂପାନୀର ଦେବେନ ପାଟଶାଣୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ।କୃଷକ ସାଥୀ, କୃଷି ବିଭାଗ ଓ ରାଜସ୍ୱ କର୍ମଚାରୀ ଉପସ୍ଥିତଥିଲେ ।

ବୈଦ୍ୟନଥ ବେହେରା- ଫୁଲବାଣୀ।

Leave a Reply

Your email address will not be published. Required fields are marked *