କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଡିଓ ଙ୍କର ସମୟ ପୂର୍ବରୁ ବଦଳି କୁ ନେଇ ବ୍ଲକ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଲକ୍ଷ୍ମୀପୁର :୨୬/୧୨ ବିଡିଓ ଗୁରେସ୍ୱର ଭୋଇ ଗତ ଅକ୍ଟବର୍ ମାସ ୨୦୨୩ ମସିହା ରେ ଲକ୍ଷ୍ମୀପୁର ରେ ଯୋଗ ଦେଇଥିଲେ ଏବଂ ଅଳ୍ପ ସମୟରେ ନିଜ କାର୍ଯ୍ୟ ଆରମ୍ଭ କରି ବିଭିନ୍ନ ବିଷୟ ରେ ଭଲ କାମ କରି ଭଲ ନାମ ମଧ୍ୟ ନିଜ ବ୍ଲକ କୁ ଆଣିଛନ୍ତି । ଆଗକୁ ମଧ୍ୟ ଆହୁରି ଅନେକ ଭଲ କାମ କରିବା କୁ ଲକ୍ଷ୍ୟ ରଖି କାର୍ଯ୍ୟ କରି ଚାଲୁ ଥିବା ସମୟରେ ଏଵଂ ନିଜ କର୍ମ କ୍ଷେତ୍ର ରେ ଯୋଗ ଦେବାର ମାତ୍ର ବର୍ଷେ ଭିତରେ ପୁଣି ତାଙ୍କୁ ବଦଳି କରି ଦିଆ ଯାଇଛି ଯାହାକୁ ନେଇ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିବା ସହ ଜଣେ ଭଲ ବିଡିଓ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ଭଳି ଅଫିସର ଙ୍କୁ ବଦଳି ହୋଇ ଥିବା ଦେଖି ପ୍ରାୟ ସବୁ ମହଲ ରେ କ୍ଷବ ପ୍ରକାଶ ପାଇବା ସହ ଅସନ୍ତୋଷ ପ୍ରକାଶ ପାଉଛି । କାରଣ ଜଣେ ନୂତନ ଅଫିସର ଯଦି ଯୋଗ ଦିଅନ୍ତି ତେବେ ସବୁ ବିଷୟ କୁ ଅବଗତ ହୋଇ କାର୍ଯ୍ୟପନ୍ଥା ଆରମ୍ୱ କରୁ କରୁ ବର୍ଷେରୁ ଅଧିକ ସମୟ ଲାଗିବ ଯାହାକି ଉନ୍ନୟନ କାର୍ଯ୍ୟରେ ବାଧା ନିଶ୍ଚିତ ସୃଷ୍ଠି ହେବ । ତେଣୁ ଏହା ଉପରେ ସରକାର ଦୃଷ୍ଟି ଆକର୍ଷଣ ହୋଇ ତୁରନ୍ତ ଏହା କୁ ବାତିଲ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।

ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *