ଯନ୍ତ୍ରଣା ଦେଉଛି ପୃର୍ତ୍ତ ବିଭାଗ ରାସ୍ତା, ଅଧିକାରୀଙ୍କ ଦୃଷ୍ଟି ପଡ଼ିବ କେବେ?

ଶେରଗଡ଼ -୧୦/୧୧ ଗଞ୍ଜାମ ଜିଲ୍ଲାର ଶେରଗଡ଼ ପୃର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ କାର୍ଯ୍ଯାଳୟ ଅନ୍ତର୍ଗତ ଚାରି ଛକ ଠାରୁ ବଡ଼ଗଡ଼କୁ ଯିବାକୁ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୨୦ ଖଣ୍ଡ ଗାଁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରି ଯାତାୟାତ କରନ୍ତି। ନିତ୍ଯ ବ୍ୟବହାରରେ ଆସୁଥିବା ଏହି ରାସ୍ତା ଉପରେ ନିର୍ଭରଶୀଳ ନେଇ ଦୈନନ୍ଦିନ କାର୍ଯ୍ୟପାଇଁ ବ୍ଳକ, ବସ୍ ଯାତ୍ରା, ସଉଦା କିଣିବା, ମେଡିକାଲ, ତହସିଲ, ସ୍କୁଲ, କଲେଜ ଓ ଥାନାକୁ ଦୈନିକ ଶହ ଶହ ଲୋକ ଯିବା ଆସିବା କରିଥାଆନ୍ତି ।

ପ୍ରାୟ ଦୀର୍ଘ ଦିନ ଏହି ରାସ୍ତାଟି ଅତ୍ୟନ୍ତ ଖରାପ ଅବସ୍ଥାକୁ ଗତି କରି ଖାଲ ଖମା ହେବାରେ ଲାଗିଲାଣି। ଏଣୁ ପୁର୍ତ୍ତ ବିଭାଗୀୟ ଅଧିକାରୀଙ୍କ ଏଥିପ୍ରତି ନଜରରେ ଆଣିବା ଏହି ରୋଡ଼ ର ଅବସ୍ଥା ଦେଖାଯିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାରେ ମିଳୁଛି । ଯନ୍ତ୍ରଣା ଦାୟକ ହେଉଥିବା ପୃର୍ତ୍ତ ବିଭାଗ ରାସ୍ତାକୁ ଅଧିକାରୀଙ୍କ ଦୃଷ୍ଟି ପଡ଼ିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *