ମୋ ହୃଦ ଚନ୍ଦନ
କବିତା ର ଶୀର୍ଷକ
( ମୋ ହୃଦ ଚନ୍ଦନ)
ମୋ ହୃଦ ଚନ୍ଦନ
ତୁହି ରେ କାଳିଆ
ଲଗାଇଛୁ କେତେ ଲୀଳା
ବରଷା ରାଣୀ କୁ ଡକାଇଣ ଆଣି
କରୁଅଛି ଖେଳ ଲୀଳା।
ନିଜେ ତିନ୍ତି କରି ଭକ୍ତ ଙ୍କୁ ତିନ୍ତାଉ
ବରଷା ରାଣୀ ର ଦ୍ବାରା
ସୁବାସିତ ଜଳ ଛିଞ୍ଚନ କରୁଛି
ଏହା କଣ ତୋର ଲୀଳା।
ଟାହିଆ ତୋହର ହଜାଇ ଦେଲୁ ରେ
ଲାଗୁଛି ମୋତେ ଯେ କଷ୍ଟ
ବିନା ଟାହିଆ ରେ ମାଉସୀ ମା ଘର
ଏଥିରେ ତୁହି ସନ୍ତୁଷ୍ଟ।
ମାଉସୀ ମା ଘର ଯାଉରେ କାଳିଆ
ଖାଇବୁ ତୁ ପୋଡ ପିଠା
ରସଗୋଲା ତୋର ପ୍ରିୟ ଭୋଗ ଅଟେ
କେତେ ସୁସ୍ୱାଦୁ ସେ ମିଠା।
ଓଡ଼ିଆ ର ପିଠା ଓଡ଼ିଆ ର ମିଠା
ଓଡ଼ିଆ ର ପ୍ରାଣ ତୁହି
ଓଡ଼ିଆ ହୃଦୟ ଚିହ୍ନୁରେ କାଳିଆ
ତୁହି ଅଟୁ ଭାବଗ୍ରାହୀ।
ମୁଁହି ହରିହର ଏ ଛାର ମାନବ
ଦର୍ଶନେ ବ୍ୟାକୁଳ ମନ
ଦିଅ ଦରଶନ କାଳିଆ ଠାକୁର
ତୁହି ମୋ ହୃଦ ଚନ୍ଦନ।
(ପ୍ରକୃତି ବନ୍ଧୁ ହରିହର ସାହୁ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
