ବିଦ୍ୟାଳୟର ବାର୍ଷିକ ଉତ୍ସବ, ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ
ଐତିହାସିକ ବନ ବିଦ୍ୟାଳୟର ପରବର୍ତୀ ଶିକ୍ଷାନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହର ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟରେ ବକ୍ତବ୍ୟ ରଖି କହିଥିଲେ ‘ଆମେ ତ ଭାଗ୍ୟବାନ ପିଲାରେ’ ବହିରେ ପଢିଥିଲୁ l ବର୍ତ୍ତମାନ ରାଜ୍ୟ ସରକାରଙ୍କ ନୂତନ 5T ଯୋଜନାରେ ଆଜିର ଛାତ୍ରୀଛାତ୍ର ମାନେ ପ୍ରକୃତରେ ଭାଗ୍ୟବାନ ଅଟନ୍ତି l ୨୦୩୬ ବେଳକୁ ଏହି ଛାତ୍ରୀଛାତ୍ର ମାନେ ବିକଶିତ ଓଡ଼ିଶାର ବିନ୍ଧାଣି ଭାବରେ ସଫଳତା ଅର୍ଜନ କରିବେ। ଓଡ଼ିଶା ବିଶ୍ଵଦରବାରରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ। ବନବିଦ୍ୟାଳର ଅନୁଭୂତିକୁ ନେଇ ଜେଜେ ବାପା ରାଜନୀତି କରିବାକୁ ତାଙ୍କୁ ପ୍ରେରଣା ଯୋଗାଇ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ସତ୍ୟବାଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଏକ ବଡ଼ ସଭାଗୃହ ଶତାବ୍ଦୀ ଭବନ ନିର୍ମାଣ ପାଇଁ ସତ୍ୟବାଦୀ ବି.ଡ଼ି.ଓ.ଙ୍କ ପ୍ରସ୍ତାବ ଉପରେ ଟିପ୍ପଣୀ ରଖି ଅନୁଦାନ ଯୋଗାଇ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ବିଦ୍ୟାଳୟର ଖେଳ ପଡ଼ିଆକୁ ମିନି ଷ୍ଟାଡିୟମ କରିବାକୁ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବେହେରା ଓ ବ୍ଲକ ଉପାଧ୍ୟକ୍ଷା ନିବେଦିତା ପାତ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ଶରତ ଚନ୍ଦ୍ର ରଥ ଯୋଗଦେଇ ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷା ସଂସ୍କାର, ସେବା ଓ ସମୃଦ୍ଧ ସାହିତ୍ୟ ସଂପର୍କରେ ସାର ଗର୍ଭକ ଭାଷଣ ଦେଇଥଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭବମ ପ୍ରଧାନ ସଭାପତିତ୍ବ କରି ବିବରଣୀ ପାଠ କରିଥିଲେ। ଶିକ୍ଷକ ସତ୍ୟବାଦୀ ଦାଶ ସଂଯୋଜନା କରିଥିବାବେଳ ଶିକ୍ଷକ ବିଜୟ ପରିଡଖ ସ୍ଵାଗତ ଭାଷଣ ଦେଇଥିଲେ। ପୁରଷ୍କାର ବିତରଣ କରାଯାଇଥିଲା।
