କୁକୁଡ଼ା ଫାର୍ମ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଠୁଆ ଗ୍ରାମ ନିକଟରେ କୁକୁଡ଼ା ଫାର୍ମକୁ ବିରୋଧ କରି ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି। ନାଠୁଆ ପାରିଖେଦା ଓ ଖଣ୍ଡବନ୍ଧ ଗ୍ରାମର ଶତାଧିକ ଗ୍ରାମବାସୀମାନେ ଏହି ଧାରଣାରେ କରି ରହିଛନ୍ତି। ଗ୍ରାମଠାରେରେ ୨ ଶହ ମିଟର ଦୂରରେ ଏହି କୁକୁଡ଼ା ଫାର୍ମଟି ୪୦ ଏକର ବିଶିଷ୍ଟ ଜାଗାରେ ନିର୍ମିତ ହୋଇପରିବେଶକୁ ଦୂଷିତ କରିଛି। ଏବଂ ଗ୍ରାମଗୁଡିକର ମଶା ମାଛିମାନଙ୍କର ପାଦୃଭାବ ବଢିଯାଇଛି। ଯାହା ରୋଗର ମୁଖ୍ୟ କାରଣ । ଏଥିପାଇଁ ଗ୍ରାମବାସୀମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି।ଏହାକୁ ବିରୋଧ କରି ଗେଟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି। ତୁରନ୍ତ ଏହି କୁକୁଡ଼ା ଫାର୍ମଟିକୁ ତୁରନ୍ତ ସ୍ଥାନାନ୍ତରିତ କରିବାପାଇଁ ଦାବି କରିଛନ୍ତି। ଯଦି ଫାନଟିକୁ ବନ୍ଦ କରାନଯାଏ ତେବେ ଆଗାମୀ ଦିନ ବଡଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।
