ଛତିଆ ଠାରେ ଚାଲିଥିବା ଦ୍ଵିତୀୟ ସର୍ବଭାରତୀୟ ହ୍ୟାଣ୍ଡ ବଲ ପ୍ରତିଯୋଗିତା ଉଦଯାପିତ.
.ବଡ଼ଚଣା : ଛତିଆ ହ୍ୟାଣ୍ଡ ବଲ ଆସୋସିଏସନ୍ ଆନୁକୁଲ୍ୟରେ ଓ ଯାଜପୁର ଜିଲ୍ଲା ହ୍ୟାଣ୍ଡ ବଲ ଆସୋସିଏସନ୍ ସହଯୋଗ ରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସ୍ଥିତ ହାଡ଼ିଦାସ ମହାବିଦ୍ୟାଳୟ ପରିସରରେ ଚଳିତ ମାସ ୩,୪ ଓ ୫ ତାରିଖ ୩ ଦିନ ଧରି ଚାଲିଥିବା ହ୍ୟାଣ୍ଡ ବଲ ପ୍ରତିଯୋଗିତା କଲେଜ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି।ଏହି ପ୍ରତିଯୋଗିତାରେ ଆନ୍ଧ୍ର ପ୍ରଦେଶ,ଉତ୍ତରପ୍ରଦେଶ ପୁଲିସ,ମହାରାଷ୍ଟ୍ର ପୁଲିସ,ଗୁଜୁରାଟ ଓ ଝାଡ ଖଣ୍ଡ ରାଜ୍ୟ ସହିତ ଓଡ଼ିଶାର ଓଡ଼ିଶା ପୁଲିସ ,କେନ୍ଦୁଝର ,ଗଞ୍ଜାମ ଓ ଯାଜପୁର ଜିଲ୍ଲା ଦଳ ଭାଗ ନେଇଥିଲେ।ଏହି ପ୍ରତିଯୋଗିତାରେ ଯାଜପୁର ଦଳ ମହାରାଷ୍ଟ୍ର ପୁଲିସ କୁ ୩୩–୨୭ ଗୋଲ ବ୍ୟବଧାନରେ ହରାଇ ଯାଜପୁର ଚାମ୍ପିଅନ ହୋଇଥିଲା।ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୁଲିସ ଟ୍ରେନିଂ ଇନିଷ୍ଟିଚିଉଟ ର ଅଧ୍ୟକ୍ଷ ଅଶୋକ ବେହୁରା ବିଜେତା ଓ ଉପ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ।ବିଜେତା ଦଳକୁ ଟ୍ରଫି ସହିତ ୫୦ ହଜାର ଅର୍ଥ ରାଶି ଓ ଉପ ବିଜେତା ଦଳକୁ ଟ୍ରଫି ସହିତ ୩୦ ହଜାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।ଅଶୋକ ସାମଲ ମଞ୍ଚ ପରିଚାଳନା କରିଥିଲେ।ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଇଞ୍ଜିନିୟର ତୁଷାର କାନ୍ତ ପଣ୍ଡା ଯୋଗ ଦେଇଥିଲେ।ଶେଷରେ ଯାଜପୁର ଜିଲ୍ଲା ହ୍ୟାଣ୍ଡ ବଲ୍ ଆସୋସିଏସନ୍ ର ସମ୍ପାଦକ ଓ ରାଜ୍ୟ ଆସୋସିଏସନ୍ ଉପସଭାପତି ରମେଶ ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ।ଅର୍ଗା ନାଇଜିଂ କମିଟିର ଜୀବନ ଦୀପ ଷଣ୍ଢ,ଓ ମହମ୍ମଦ ସାଇଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
