ଜୁନ୍ 3 ରୁ 5 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ‘ଉତ୍କର୍ଷ ନିମାପଡ଼ା’ ମହୋତ୍ସବ ଆୟୋଜିତ

ପୁରୀ ଜିଲ୍ଲା ନିମାପଡ଼ାର ସାଂସ୍କୃତିକ ଓ ପ୍ରଗତିର ପରିଚୟକୁ ନେଇ ଆସନ୍ତା ଜୁନ୍ 3 ରୁ 5 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ‘ଉତ୍କର୍ଷ ନିମାପଡ଼ା’ ମହୋତ୍ସବ ଆୟୋଜିତ ହେବ । ତିନିଦିନ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସାଧାରଣ ଲୋକଙ୍କ ସହଭାଗିତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ସକାଳୁ ନିମାପଡ଼ା ଏନ.ଏ.ସି ପକ୍ଷରୁ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦ୍ୱିତୀୟ ନିମାପଡ଼ା ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିମାପଡ଼ା ଜୟଶ୍ରୀ ଛକ ନିକଟରୁ ବାରବାଟୀ ପଡ଼ିଆ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ପାରମ୍ପରିକ ଓ ପୌରାଣିକ କଳା-ସଂସ୍କୃତିର ଅପୂର୍ବ ସମାହାର ଦେଖିବାକୁ ମିଳିଥିଲା।

ଲଉଡ଼ି ଖେଳ, ଘୋଡ଼ାନାଚ, ଧୁଡ଼ୁକି, ଦାସକାଠିଆ, ପାଲା, ଶଙ୍ଖ ବାଦନ, ବୀରତ୍ୱର ପ୍ରତୀକ ପାଇକନାଚ, ମନମୁଗ୍ଧକର ସଂକୀର୍ତ୍ତନ, ଘଣ୍ଟୁଆ ଏବଂ ସୁନ୍ଦର ପଥଚିତ୍ର (ଝୋଟି ଓ ରଙ୍ଗୋଲି) ମାଧ୍ୟମରେ ସାରା ଅଞ୍ଚଳ କମ୍ପି ଉଠିଥିଲା। ଏହି ସାଂସ୍କୃତିକ ପରିବେଶ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍କଷ ନିମାପଡା ୨.୦ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରି ଏହାର ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ , ସାଂସ୍କୃତିକ ପ୍ରେମୀ ଏବଂ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *