ମାତ୍ର ୪୦ ଟଙ୍କା ପାଇଁ ଦୋକାନୀଙ୍କୁ ହତ୍ୟା
ଭଦ୍ରକ ଟାଉନଥାନା ଅଧିନ ପଥରଆଡି ଛକରେ ପଥରଆଡି ଛକରେ ବିଜୟ ପଣ୍ଡା ସବୁଦିନ ପରି ଆଜି ମଧ୍ୟ ନିଜର ତେଜରାତି ଦୋକାନ ଖୋଲିଥିଲେ। ସ୍ଥାନୀୟ ଚରମ୍ପା ଅଞ୍ଚଳର ଯୁବକ କାମେଶ ପରିଡା ତାଙ୍କ ଦୋକାନରୁ ୧୮୦ ଟଙ୍କାର ସୌଦା ନେଇଥିଲେ। ସେ ଫୋନ ପେ ମାଧ୍ୟମରେ ୧୪୦ ଟଙ୍କା ଦେଇଥିଲେ। ବିଜୟ ପଣ୍ଡା ତାଙ୍କୁ ବକେୟା ୪୦ ଟଙ୍କା ମାଗିଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବିଜୟ ପଣ୍ଡା ନିଜର ବକେୟା ଟଙ୍କା ପାଇଁ ଅଡି ବସିଥିଲେ ବେଳେ କାମେଶ ତାଙ୍କୁ ଗାଳିଗୁଲଜ କରିବା ମାଡ ମାରିଥିଲେ। ଶେଷରେ ବିଜୟ ପଣ୍ଡାଙ୍କୁ ସେ ଜୋରରେ ଧକ୍କା ଦେଇଥିଲେ ସେ ଛିଟିକି ପଡି ତଳି ପଡିଯାଇଥିଲେ। ସେଠାରେ ବିଜୟ ଅଚେତ ହୋଇ ପଡିବାରୁ ତାଙ୍କୁ ଗୁରୁତର ଅଵସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଵେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
