ଅତିବଡ଼ି ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ପାଳିତ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଓଡ଼ିଆ ଜାତିର ପ୍ରାତଃ ସ୍ମରଣୀୟ ସିଦ୍ଧସାଧକ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଉତ୍ସବରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଉଦ୍ଘଟାକ ଭାବେ ଯୋଗଦେଇ ନିଜକୁ ଗୈାରବାନ୍ନିତ ମନେ କଲି। ଏହି କାର୍ଯ୍ୟକ୍ରମରେ ମୋ ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ଓଡ଼ିଆ ଶାସ୍ତ୍ରୀୟ ଉତ୍କର୍ଷ ନିର୍ଦ୍ଦେଶକ ଡକ୍ଟର ବସନ୍ତ କୁମାର ପଣ୍ଡା, ଓଡ଼ିଆ ସାହିତ୍ୟ ଏକାଡେ଼ମୀ ସଭାପତିଙ୍କ ହୃଷିକେଶ ମଲ୍ଲିକ ଓ ଉପସଭାପତି ଡକ୍ଟର ସଂଗ୍ରାମ ଜେନା ଉପସ୍ଥିତ ଥିଲେ।

ସଞ୍ଜୟ କୁମାର ଦାସବର୍ମା
ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଓଡ଼ିଶା

Leave a Reply

Your email address will not be published. Required fields are marked *