ଗୋପୀନାଥ ଦେଵଙ୍କ ମନ୍ଦିର ହେବ ନବକଳେବର
ପିପିଲି ଦାଣ୍ଡମୁକୁନ୍ଦପୁର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗୋପୀନାଥ ଦେଵଙ୍କ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦୀର୍ଘଦିନ ରୁ ହୋଇ ଆସୁଥିବା ଦାବି ଆଜି ପୂରଣ ହୋଇଛି।ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩କୋଟି ଟଙ୍କା ମଞ୍ଜୁର ହୋଇ ଥିବା ବେଳେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆଜି ନଡ଼ିଆ ବାଡାଇ ପ୍ରକଳ୍ପର ଭିର୍ତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।।ଏହି ଅର୍ଥରେ ମନ୍ଦିର ସୌନ୍ଦର୍ଯ୍ୟ କରଣ ସହିତ ପ୍ରାୟ ୨୧ଏକର ଥିବା ବଡ଼ ପୋଖରୀ ର ପୁନରୁଦ୍ଧାର କାର୍ଯ୍ୟ କରାଯିବ।ଏଥିରେ ମନ୍ଦିର ଭିତରେ କମ୍ୟୁନିଟି ହଲ, ଚଟାଣ ପୁନରୁଦ୍ଧାର,ତୋରଣ ଅଲୋକୀ କରଣ ସହିତ ପୋଖରୀରେ ରାସ୍ତା, ପାର୍କ,ବିଶ୍ରାମ ଗୃହ ଭଳି ଅନେକ କାର୍ଯ୍ୟ କରାଯିବ।ଏଥି ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର ଙ୍କ ପୂର୍ତ୍ତ ବିଭାଗ କରିବ।
