ବିଜେପିର ମହିଳା ସମାବେଶ ଓ ମିଶ୍ରଣ ପର୍ବ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗ୍ରାମ ଯାତ୍ରାପଡିଆ ଠାରେ ଗୁରୁବାର ବିଜେପି ଦଳ ତରଫରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।ବିଜେପି ମଣ୍ଡଳ ସଭାପତି ସଞ୍ଜୟ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଉପସ୍ଥିତ ରହିଥିବା ବେଳେ ସନ୍ମାନିତ ଅତିଥି ଭାବେ ଜିଲା ମହିଳା ମୋର୍ଚା ସଭାପତି ମମତା ସ୍ବାଇଁ,ବିଧାୟକ ପ୍ରାର୍ଥି ଶତୃଘ୍ନ ଜେନା,ଯଶଶ୍ବିନି ରାଉତ ପ୍ରମୂଖ ରହିଥିଲେ। କେନ୍ଦ୍ରରେ ମୋଦି ସରକାର ଆସିବା ପରଠାରୁ ମହିଳା ମାନଙ୍କ ପାଇଁ ଅନେକ ଜନହିତକର ଯୋଜନା ସବୁ ପ୍ରଣୟନ କରାଯାଇଛି।ଯାହା ଫଳରେ ମହିଳା ମାନେ ଆଜି ରୋଜଗାର କ୍ଷମ ହୋଇପାରିଛନ୍ତି।ମହିଳା ମାନେ ସ୍ବୟଁସହାୟକ ଗୋଷ୍ଠି ମାଧ୍ୟମରେ ଲକ୍ଷାଧିକ ଟଙ୍କା ଲୋନ ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତ କରି ରୋଜଗାର କରୁଛନ୍ତି। ଆଗାମି ଦିନରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହେବ ସେଥିରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପିର ପ୍ରାର୍ଥି ମାନଙ୍କୁ ବିଜୟି କରି ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ବାନ କରିଥିଲେ।ଏଥିରେ ଆଜି ଏକ ମିଶ୍ରଣ ପର୍ବରେ କାମାକ୍ଷାନଗର ଏନଏସିର ପୂର୍ବତନ ଉପନଗରପାଳ ବ୍ରଜେଶ୍ବରି ଦାସ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ବେଳେ ବାଉଁଶପାଳ ପଞ୍ଚାୟତର ଯୁବକ ମାନେ ବିଜେପିରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଧ ମହିଳା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *