ପରଜଙ୍ଗ ପୋଲିସ ତରଫରୁ ବିଭିନ୍ନ ଗାଁରେ ରନ୍ଧା ହେଉଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ସରଞ୍ଜାମ କୁକଲେ ନଷ୍ଟ
କାମାକ୍ଷାନଗର:୦୧-୧୦-୨୦୨୧- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଲ।ସ, ଜ।ମୁନାଲି, ଓ ଦୋମୁହଁମଣି ଗ୍ରାମର ଘଂଚ ଜଙ୍ଗଲ ର ମଦ ରନ୍ଧା ଓ ପୋଚ ଜାଗା ଗୁଡିକ ଉପରେ ଆଜି ବଡି ଭୋରରୁ ଦିନ 1.30 ଯାଏ ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ସତନ୍ତ୍ର ପୋଲିସ ଦଳ ବ୍ୟାପକ ଚଢ଼ାଉ କରି ଥିଲେ। ଚଢ଼ାଉ ଏତେ ବ୍ୟାପକ ଥିଲା ଯେ ଚୋର। ମଦ ରାନ୍ଧିବା ଲୋକ ଓ ମଦ ମାଫିଆ ମାନେ ଛତ୍ର ଭଙ୍ଗ ଦେଇଥିଲେ।ପୋଲିସ ଟିମ ର ଏହି ଅତର୍କିତ ଚଢ଼ାଉରେ ବ୍ୟାପକ ମଦ ରନ୍ଧା ଚୁଲା , ମହୁଆ ପୋଚ, ୟୁରିଆ ସାର, ସ୍ପିରିଟ, ଚୋରା କୋଇଲା ଆଦି ଜବତ କରାଯାଇ ନଷ୍ଟ କରିଦିଆ ଯାଇଥିଲା। ଅନେକ ମଦ ତିଆରି ସାମଗ୍ରୀ କୁ ବୋହି ଆଣିବା ଅସମ୍ଭବ ଓ ଅସ୍ୱାସ୍ତ୍ୟକର ଥିବାରୁ ଘଟଣା ସ୍ଥଳରେ ସେଗୁଡିକୁ ନଷ୍ଟ କରାଯାଇଥିଲା ଓ ଏହି ଘଟଣା କ୍ରମ ର ଫୋଟୋ ଓ ଭିଡ଼ିଓଗ୍ରାଫି କରାଯାଇଥିଲା। ମଦ ମାଫିଆ ଓ ମଦ ରନ୍ଧା ଲୋକ ମାନେ ପୋଲିସ ଦଳ କୁ ଦେଖି ଘଂଚ ଜଙ୍ଗଲ ର ସୁଯୋଗ ନେଇ ଖସି ପଳେଇ ଥିଲେ ପୋଲିସ କିଛି ମଦ ମାଫିଆ ଙ୍କୁ ଚିହ୍ନଟ କରିଛି , ଯାହା ଙ୍କ ନାମରେ ମାମଲା ରୁଜୁ କରାଯାଉଛି।
*ଜବତ ଓ ନଷ୍ଟ ସାମଗ୍ରୀ*
୧-ମଦ ଭାଟି ଚୁଲା- ୨୬ ଟି
୨-ମହୁଆ ପୋଚ – ୫୦ ହଜ଼ାର ଲିଟର ରୁ ଉର୍ଦ୍ଧ୍ବ।
୩-ଦେଶି ମଦ – ୩୦୦ ଲିଟର
୪-ସ୍ପିରିଟ- ୧୦ ଲିଟର
୫-ୟୁରିଆ ସାର- ପ୍ରାୟ ୨୦ କେଜି
୬-ଗୂଡ଼- ୮ ଟିଣ
୭-ମଦ
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
