ଭାଲୁମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଉଲଟିଲା ଟ୍ରକ
କାମାକ୍ଷାନଗର:ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା କାନପୁର। ପଞ୍ଚାୟତ ଭାଲୁମୁଣ୍ଡା ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଆରୋହିଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ ।ସୂଚନା ଅନୁସାରେ ତେଲକୋଈରୁ ଚିପସ ଅଂଲୋଡ଼ କରି ଟ୍ରକ ଫେରୁଥିବା ବେଳେ ଭାଲୁମୁଣ୍ଡା ନିକଟରେ ଗାଡି ଆଗକୁ ବାଇକ ଚାଲି ଆସିବାରୁ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଏଥିରେ କାହାରି କିଛି ହୋଇନାହିଁ ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
