ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରି ଭୁଲିଗଲେ ପ୍ରଶାସନ ଓ ବିଧାୟକ
ଭଦ୍ରକ:- ଗତବର୍ଷ ଭଦ୍ରକ ଜିଲ୍ଲା ଧାମନଗର ଉର୍ତ୍ସରୁ ଫେରୁଥିବା ବେଳେ ବନ୍ତଛକ ,ପୋଲ ଉପରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପୁରୁଣାବଜାର ଅଞ୍ଚଳର ନିଜାମ୍ମୁଦିନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଜିଲ୍ଲା ପ୍ରଶାସନ । ହେଲେ ଆଜକୁ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିଶ୍ରୁତି ପାଣିର ଗାର ପରି ଲାଗୁଛି। ଶେଷରେ ନ୍ୟାୟ ଓ କ୍ଷତିପୂରଣ ପାଇବା ପାଇଁ ଆଜି ତାଙ୍କ ୧୨ ନଂ ୱାର୍ଡବାସୀଙ୍କ ସମେତ ସମାଜସେବୀ ହେମନ୍ତ ସାହୁ (ଟୁକୁ) ଆଜି ନୂତନ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଆଜି ପୁନର୍ବାର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ୭ ଦିନର ସମୟ ଦିଆଯାଇଛି ,ନହେଲେ ୧୨-ନଂ ଓ୍ବାର୍ଡର ଗ୍ରାମବାସୀ ଓ ସ୍ୱର୍ଗତ ନିଜାମୁଦ୍ଦିନଙ୍କ ବିଧବା ପତ୍ନୀଙ୍କ ସହିତ ତାଙ୍କର ତିନି ବାପ ଛେଉଣ୍ଡ ଝିଅ ଅନସନରେ ବସିବେ ବୋଲି ସୂଚାଇ ଦିଆଯାଇଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
