ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ

ଛଅଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଆଜି ପୁରୀରେ ପହଞ୍ଚିଛନ୍ତି। ପ୍ରଥମେ ମନ୍ତ୍ରୀ ଗୋବର୍ଦ୍ଧନ ପୀଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସହ ସାକ୍ଷାତ କରିଥିଲେ। ଶଙ୍କରାଚାର୍ଯ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ମନ୍ତ୍ରୀ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଆଲୋଚନାରେ ଶଙ୍କରାଚାର୍ଯ୍ୟ ରାଜନେତା ମାନେ ସ୍ବାଧିନ ଭାବେ କାର୍ଯ୍ୟକରି ଦେଶର ଉନ୍ନତି ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବିଜେପିର ଅନେକ ଦଳୀୟ କର୍ମକର୍ତ୍ତା ମାନେ ଏହି ଆଲୋଚନାରେ ସାମିଲ ହୋଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିଥିଲେ। ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ପୁରୀକୁ ପ୍ରଥମ ଗସ୍ତ ହୋଇଥିବାରୁ ଶଙ୍କରାଚାର୍ଯ୍ୟ ଓ ମହାପ୍ରଭୁଙ୍କର ଆଶୀର୍ବାଦ କାମନା କରିଥିଲେ କେନ୍ଦ୍ରମନ୍ତ୍ରୀ।

Leave a Reply

Your email address will not be published. Required fields are marked *