ନଦୀରେ ଭାସୁଥିବା ୨୦ କିଲୋ ପଥରକୁ ପୂଜା କରି ନେଲେ ଗ୍ରାମବାସୀ।ନଦୀ କୂଳରେ ଭକ୍ତି ମୟ ପରିବେଶ ହରିବୋଲ, ହୁଳହୁଳି , ସଙ୍କୀର୍ତ୍ତନରେ କମ୍ପିଥିଲା ନଦୀ

କୂଆଖାଇ ନଇରୁ ଉଧାର ହେଲା ଶ୍ରୀରାମଙ୍କ ଦ୍ଵାରା ତିଆରି ସେତୁବନ୍ଧର ଶିଳା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ସତ୍ୟ। ପୁରୀ ଜିଲ୍ଲା ସଦର ବ୍ଲକ ଗଡମୃଗସିରା ଗ୍ରାମରେ । କୂଆଖାଇ ନଇରୁ ୨୦ କେଜିର ଏକ ପଥର ଉଧାର ହୋଇଛି। ଯାହାକି ଜଳ ରେ ଭାସୁଥିବା ଅବସ୍ଥାରେ ଉଧାର କରାଯାଇଛି। ଏହା ରାମଚନ୍ଦ୍ରଙ୍କର ସେତୁବନ୍ଧ ର ଶିଳା ବୋଲି ଚର୍ଚ୍ଚା ଜୋର ଧରିଛି। ଗ୍ରାମବାସୀ, ମଠବାବା ଓ ଶିବ ମନ୍ଦିର ର ପୂଜକ ଆସି ନଦୀ କୂଳରେ ପଥରକୁ ଉଧାର କରି ହରିବୋଲ, ହୁଳହୁଳି , ସଙ୍କୀର୍ତ୍ତନ ସହ ତୁଳସୀ ପତ୍ର, ଫୁଲ ଦୁପ ଦେଇ ପୂଜାର୍ଚ୍ଚନା କରିବା ସହ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ପରେ ପଠରକୁ ଗଡ଼ମୃଗସିରା ରାଧାମାଧବ ମଠ ଦେଇ ବଟେଶ୍ବର ଶିବ ମନ୍ଦିର କୁ ନିଆଯାଇଥିଲା। ମନ୍ଦିର ଚତୁପାର୍ଷ ବୁଲାଇବା ପରେ ମହିଳା ମାନେ ପୂଜାର୍ଚ୍ଚନା କରିଥିଲେ। ପରେ ଏକ ବଡ ଟପ୍ପ ଭିତରେ ରଖି ପାଣି ପୂର୍ଣ୍ଣାଙ୍ଗ କରାଯାଇ ରଖାଯାଇଛି। କିଛି ଲୋକେ କୁହନ୍ତି। ରାମଚନ୍ଦ୍ରଙ୍କର ସେତୁବନ୍ଧ ଶିଳା କିଛି କୁହନ୍ତି ଭଗବାନଙ୍କ ଦାରୁବ୍ରହ୍ମ ପରି ପ୍ରଭୁ ଜଗନ୍ନାଥ ରୁପ।ପୂଜାର୍ଚ୍ଚନା କରିବା ଆମେମାନେ। ଭକ୍ତି ଭରା ହୃଦୟରେ ଦୁପ,ଫୁଲ, ତୁଳସୀ ଦେଇ ପୂଜୁଛନ୍ତି। ଗ୍ରାମବାସୀ।ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ପଥରକୁ ପରିକ୍ଷା କରିବାକୁ ଅନୁରୋଧ କରୁଛନ୍ତି ଗ୍ରାମବାସୀ। ସୂଚନା ଅନୁଯାଇ ସଦର ବ୍ଲକ ସୁନ୍ଦର ଗ୍ରାମର ବିଭିଷଣ ବେହେରା ନାମକ ଜଣେ ବ୍ୟକ୍ତି ନଇରେ ମାଛ ଧରିବା ବେଳେ ନଇରେ ଭାସମାନ ଅବସ୍ଥାରେ ଏକ ପଥର ଦେଖି ଆଶ୍ଚର୍ଯ଼୍ୟ ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଗ୍ରାମବାସୀ ଓ ରାଧାମାଧବ ମଠ ରେ ଥିବା ବାବାଙ୍କୁ ଡାକିଥିଲେ। ଗ୍ରାମବାସୀ ଓ ମଠ ବାବା ସେଠାରେ ପହଞ୍ଚି ବା ପରେ ୨୦ ଜେଜି ର ପଥର ଭାସମାନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।ପରେ ଲୋକଙ୍କର ନଦୀ କୂଳରେ ସୁଅ ଛୁଟିଥିଲା।ପଥର ଦେଖିବା ପାଇଁ।ଭାସୁଥିବା ପଥରକୁ ଉଦ୍ଧାର କରି ଗଡ଼ମୃଗସିରା ରାଧାମାଧବ ମଠ ବଟେସ୍ଵର ପ୍ରାଗଣରେ ରେ ପଥରଟିକୁ ଆଣି ଥିଲେ । ସେଠାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ, ହୁଳହୁଳି , ସଙ୍କୀର୍ତ୍ତନ ରେ ପମ୍ପିଥିଲା ନଦୀ କୂଳରୁ ମନ୍ଦିର ପର୍ଯ୍ୟନ୍ତ। ନଇ ରୁ ଏହି ଶିଳା ଖଣ୍ଡ ଟି ଉଦ୍ଧର ହୋଇ ଥିବା ହେତୁ ଏହା ତ୍ରେତୟା ଯୁଗର ଶ୍ରୀରାମ ଙ୍କ ଦ୍ଵାରା ନିର୍ମିତ ସେତୁ ବନ୍ଧ ର ଶିଳା ହୋଇ ଥାଇ ପାରେ ବୋଲି ମଠର ବାବା ଓ ଶିବ ମନ୍ଦିର ପୂଜକ ବିଶ୍ବାସ କରନ୍ତି।ତୁରନ୍ତ ସରକାର ଵିଜ୍ଞାନ ଦୃଷ୍ଟି କୋଣରୁ ନେଇ ଏହାକୁ ପରୀକ୍ଷା ନିରୀକ୍ଷା କରି ପ୍ରକୃତ ସତ୍ୟ ପଦାକୁଆସିବ ବୋଲି ଚର୍ଚ୍ଚା ଯୋର ଧରିଛି।କୋଣାର୍କ ରୁ ସୌମ୍ୟ ରଞ୍ଜନ ମହାରଣା।

Leave a Reply

Your email address will not be published. Required fields are marked *