ପେଟର ୪ଟି ରୋଗ ସାହାଯ୍ୟ ପାଇଁ ସ୍ତ୍ରୀର ଆକୁଳ ନିବେଦନ
ଭଦ୍ରକ :୮/୧୦:- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତର କୁମାରପୁର ସାତ ନମ୍ବର ୱାର୍ଡ ଗ୍ରାମର କିସୋର ଜେନାଙ୍କ ପୁଅ- ହରେକୃଷ୍ଣ ଜେନା ପେଟରେ ଚାରଟି ରୋଗ ହେବାରୁ ପ୍ରଥମେ ଭଦ୍ରକ ପରେ ଗୁରୁତର ହେବାରୁ କଟକରେ ପ୍ରଇଭେଟ ଡ଼ାକ୍ତର ଖାନାକୁ ନେଇ ଯାଇଥିଲେ। ସେଠାରେ ୧ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଇଯାଇଥିଲେ ମଧ୍ୟ ହରେକୃଷ୍ଣ ଙ୍କର ରୋଗ ଭଲହେବାର ନାହିଁ। ସେ ଗରିବ ଶ୍ରେଣୀର ଲୋକ ହୋଇ ଥିବାରୁ ଟଙ୍କା ଖର୍ଚ୍ଚ କରିବା ତାଙ୍କ ପାଖରେ ସମ୍ଭବ ନୁହେଁ। ହରେକୃଷ୍ଣଙ୍କ ସ୍ତ୍ରୀଙ୍କ ପାଖରେ ଯାହା ସୁନା,ରୁପା ଗହଣା ଥିଲା ସେତେକ ବିକ୍ରି କରିସାରିଛନ୍ତି। ଗ୍ରାମ ଲୋକ ମିଳିମିଶି କିଛି ସାହାଯ୍ୟ କରିଛନ୍ତି। ହେଲେ ତାହା ସମୁଦ୍ରକୁ ସଙ୍ଖେ,,।ହରେକୃଷ୍ଣ ପ୍ରଇଭେଟ୍ ଡ଼ାକ୍ତର ଖାନାରେ ଟଙ୍କା ନଦେଇ ପାରିବାରୁ ତାଙ୍କୁ ବାହାର କରିଦେଇଛନ୍ତି ଡ଼ାକ୍ତରଖାନାର କତୃପକ୍ଷ ।ତେଣୁ ପରିବାର ଲୋକେ ଆଜି କଟକ ବଡ଼ ମେଡ଼ିକାଲରେ ଆଡିମିଶନ କରିଛନ୍ତି, ଡାକ୍ତର କହିବା କଥା ହରେକୃଷ୍ଣ ଭଲ ହେବା ପାଇଁ ୩ଲକ୍ଷ ଭଳି ଟଙ୍କା ଖର୍ଚ୍ଚ ହେଲା ସେ ଭଲ ହୋଇଜିବେ। ସେପଟେ ଝୁପୁରି ଘରେ ବୁଢ଼ା ବାପା,ଭଉଣି ଓ ସ୍ତ୍ରୀ ଓଳିଏ ଖାଇଲେ ଓଳିଏ ଉପବାସରେ ରହି କାନ୍ଦି କାନ୍ଦି ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି। ସ୍ବେଚ୍ଛାସେବୀ ସଂଗଠନ ଓ ହୁଦୟ ବାନ୍ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ବିନମ୍ର ଅନୁରୋଧ କରିଛନ୍ତି।
Phone, Google pay -6380461291
ରିପୋର୍ଟ :=ପୁନିଲ କୁମାର ସାମନ୍ତ।
