ସାମ୍ବାଦିକ ରାକେଶ ଦାସଙ୍କ ଭାଇର ଦେହାନ୍ତ

ଭଦ୍ରକ :୮/୧୦: ଭଦ୍ରକ ସହରସ୍ଥିତ ବାଉଦପୁର୍ ଗ୍ରାମର ଜଣେ ଜଣାଶୁଣା ହୃଦୟବାନ,ପରୋପକାରୀ,ନିଃସ୍ଵାର୍ଥପର ଯୁବକ ହରେକୃଷ୍ଣ ଦାସ(କୁଲୁ)ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ୫ ତାରିଖ ମଙ୍ଗଳବାର ରାତ୍ର ସମୟରେ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବତନ ପୋଷ୍ଟାଲ କର୍ମଚାରୀ ସ୍ବର୍ଗତ ଅନିଲ କୁମାର ଦାସଙ୍କ କନିଷ୍ଠ ପୁତ୍ର ହରେକୃଷ୍ଣ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନଧରି ମେରୁଦଣ୍ଡ (ସ୍ପାଇନାଲ) ରେ ଆଘାତ ଜନିତ ପ୍ରଥମେ କଟକ ଓ ପରେ ଭଦ୍ରକ ସ୍ଥିତ ଘରେ ରହି ଚିକିତ୍ସିତ ହେଉଥିଲେ । ସେ ଅତି ମିଷ୍ଟଭାଷୀ, ମେଲାପି ଓ ସମସ୍ତଙ୍କୁ ଭଲ ପାଉଥିବା ନିଆରା ମଣିଷ ଟିଏ ଥିଲେ । ବାଉଦ ପୁର ଗ୍ରାମର ଲୋକେ ତାଙ୍କୁ ବହୁତ୍ ଭଲ ପାଉଥିଲେ କାରଣ ସମସ୍ତଙ୍କ ସୁଖ ଦୁଃଖରେ ଯାଇ ଠିଆ ହେଉଥିଲେ ହରେକୃଷ୍ଣ । ତାଙ୍କ ମୃତ୍ୟୁ ଖବର ଶୁଣି ଆଖପାଖ ଅଞ୍ଚଳର ଅନେକ ଜଣାଶୁଣା ବ୍ୟକ୍ତି ଓ ସାଙ୍ଗସାଥୀ ତାଙ୍କ ଶେଷ ଦର୍ଶନ କରିବା ସହିତ ପାରିବାର ଲୋକଙ୍କୁ ଆଶ୍ଵାସନା ଦେଇଥିଲେ । ତାଙ୍କ ଶେଷକୃତ୍ୟ ଯାଜପୁର ବାରୁଣୀ ନିକଟ ଦଶାଶ୍ବମେଧ ଘାଟରେ ସମ୍ପନ୍ନ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ସ୍ୱର୍ଣଲତା, ଝିଅ ଲିସା,ପୁଅ ବାବୁ ଓ ସୌରଭ,ବଡ଼ଭାଇ ରାଜକିଶୋର ଓ ସାମ୍ବାଦିକ ରାକେଶ, ପିଶିମା, କାକା, କାକିମା ସହିତ ସମସ୍ତ ପରିବାରବର୍ଗ ଶେଷ ସମୟରେ ଉପସ୍ଥିତ ଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *