ପୋଖରୀରେ ଉଦ୍ଧାର ହେଲା ମହିଳାଙ୍କ ଗଳିତ ମୃତଦେହ
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଗ୍ରାମରେ ପୋଖରୀରେ ଭାସୁଛି ଅପରିଚିତ ମହିଳାଙ୍କ ମୃତ ଦେହ.ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ର ତଦନ୍ତ.ସୂଚାନୁଯାୟୀ ଆଜି ସକାଳୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ଭରୋଳି ପଞ୍ଚାୟତ ତଳାଙ୍ଗ ଦକ୍ଷିଣସାହି ବିଜୟ ମଲ୍ଲିକଙ୍କ ଘର ପଛପଟେ ଥିବା ପୋଖରୀରେ ଏକ ଗଳିତ ମୃତଦେହ ଭାସୁଥିବାର ଲୋକେ ଦେଖିଥିଲେ.ଶବଟି ଭାସୁଥିବାର ଦେଖି ଲୋକେ ସଙ୍ଗେସଙ୍ଗେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ.ପରେ ଘଟଣାସ୍ଥଳରେ ପୋଲିସ ପହଂଚିବା ସହ ଭଦ୍ରକ ଦମକଳ ବାହିନୀ ପହଂଚି ଗଳିତ ମୃତଦେହକୁ ଉଦ୍ଧାର କରିଛି.ମୃତଦେହ ଟି ଏକ ମହିଳାର ହୋଇଥିବା ବେଳେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି.ମୃତ ମହିଳା ଜଣକ କିଏ ଓ ତାଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ ଥିବାବେଳେ କେହି ଦୁର୍ବୁତ୍ତ ମାରି ପୋଖରୀକୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି।
ରିପୋର୍ଟ- ପୁନିଲ କୁମାର ସାମନ୍ତ।
