ଦୁଷ୍କର୍ମ ପିଡିତାଙ୍କ ଘରେ ପହଁଚିଲା ମହିଳା କମିଶନ
ଘଟଗାଁ – ମହିଳା କମିଶନର ଡଃ ମିନତୀ ବେହେରା ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ ର କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି । ପଣ୍ଡାପଡା ଥାନା ଅନ୍ତର୍ଗତ ବୁଢାଖମଣ ଗ୍ରାମର ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଯୁବତିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ମହିଳା କମିସନ ସଦସ୍ୟା । ତୁରନ୍ତ କେଶର ସମାଧାନ କରି ଅଭିଯୁକ୍ତଙ୍କୁ ଫାଶି ଦେବାକୁ ପରିବାର ଲୋକ ଦାବି କରିଛନ୍ତି। ପ୍ରକାଶ ଯେ କେନ୍ଦୁଝର ପାଣ୍ଡପଡା ଥାନା ବସନ୍ତପୁର ଗାଁର ବୁଢ଼ାଖମଣ ସାହି ରେ ରୀନା ଦଣ୍ଡପାଟ ଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଓ ସଦର ଥାନା ହଳଦିଆଗୁଣା ଗାଁରେ ୫ ବର୍ଷର ଶିଶୁ କନ୍ୟାକୁ ଦୁସ୍କର୍ମ ପରେ ହତ୍ୟା ଘଟଣା ଚହଳ ପକାଇଛି । ଏହାର ତଦନ୍ତ ପାଇଁ ଆଜି ମହିଳା କମିଶନର ଡଃ ମିନତୀ ବେହେରା ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ ର କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏଥିରେ ଅଧ୍ୟକ୍ଷାଙ୍କ ସହ ଜଣେ ସଭ୍ୟା , ଏସ୍ପି ବିଜୟ ବରୁଆ ଓ ଲ ଅଫିସର ଅରବିନ୍ଦ ପଟ୍ଟନାୟକ ସାମିଲ ହୋଇଛନ୍ତି । ପରିବାର ଲୋକଙ୍କୁ ଭେଟିବା ବେଳେ ପରିବାର ଲୋକେ ଦୁଷ୍କର୍ମ କାରୀ ଙ୍କୁ ଫାଶୀ ଦଣ୍ଡାଦେଶ ଦେବାପାଇଁ ଦାବି କରିଛନ୍ତି । ଗ୍ରାମବାସୀ ମାନେ ଗତକାଲି ଏନେଇ ରାଜରାସ୍ତା ବନ୍ଦ କରିଥିବା ବେଳେ ଯଥାସମ୍ଭବ ପିଡିତା ଙ୍କ ପରିବାର କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ମହିଳା କମିଶନ ଘଟଣା ସ୍ଥଳ ପରିଦର୍ଶନ ଓ ପିଡିତ ପରିବାରଙ୍କୁ ଭେଟିବା ସହ ଏସପିଙ୍କ ସହ ଆଲୋଚନା କରିବେ କମିଶନ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି । ଦୁଷ୍କର୍ମ ପିଡିତା ପରିବାର ଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ପକ୍ରିୟା ଆରମ୍ଭ କରିବେ ବୋଲି ମହିଳା କମିଶନ ପ୍ରକାଶ କରିଛନ୍ତି ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
