ଟାଟା ପାଓ୍ବାରର ନବ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ
ତୁରୁମୁଙ୍ଗା ସବ୍ ଡିଭିଜନ ଦ୍ୱାରା ଆଜି ତୁରୁମୁଙ୍ଗାରେ ନୂତନ କରି ନିୟଜିତ ହୋଇଥିବା 154 ଜଣ କର୍ମଚାରୀଙ୍କୁ ପାଟଣା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗନାଥ ନାୟକ ସମ୍ବର୍ଦ୍ଧନା କରିଥିଲେ । ଟାଟା power କେନ୍ଦୁଝର ଡିଭିଜନ ରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଯୁକ୍ତ ବିରଞ୍ଚି ନାରାୟଣ ସାହୁ ଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି. Sdo- ଚିରଂଜିତ ସାହୁ, je patna -ପଦ୍ମକିଶୋର ଜେନା, je ସାହାରପଡା -ଲଷ୍ମୀକାନ୍ତ ଷଡ଼ଙ୍ଗୀ, clerk-ସରୋଜ କୁମାର ପାତ୍ର, lପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଏହି ଅବସରରେ ଟାଟା ପାଓ୍ବାର ପକ୍ଷରୁ ପେଟ୍ରୋଲଂ ପାଇଁ ଦିଆଯାଇଥିବା ୫ ଟି ଗାଡ଼ି କୁ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।
ରିପୋର୍ଟ-କେନ୍ଦୁଝରରୁ ମନୋଜ କୁମାର ବେହେରା।
