ଭଦ୍ରକର ଯୁବନେତା ହେଲେ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟବେକ୍ଷକ
ଭଦ୍ରକ :୧୪/୧୦:- ଆଗକୁ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଓ ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବରେ ଭଦ୍ରକର ଯୁବନେତା ରାଜା ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପରେ ତାଙ୍କ ସାଥି ଓ ସମର୍ଥକ ମାନେ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
