ଡଃ କଲାମଙ୍କ ୯୦ତମ ଜୟନ୍ତୀ ପାଳନ

କେନ୍ଦ୍ରାପଡ଼ା: ୧୫/୧୦– ଭାରତର ପୁର୍ବତନ ରାଷ୍ଟ୍ରପତି,ସୁବିଖ୍ୟାତ ଦାର୍ଶନିକ, ମହାନ ବୈଜ୍ଞାନିକ ତଥା ପ୍ରତିରକ୍ଷା ବିଶେଷଜ୍ଞ ଭାରତରତ୍ନ ଡଃ.ଏ.ପି.ଜେ. ଅବଦୁଲ କଲାମଙ୍କ ୯୦ ତମ ଜୟନ୍ତୀ ପାଳନ କରାଯାଇଥିଲା । ଭାରତରତ୍ନ ଡଃ.ଏ.ପି.ଜେ. ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ସ୍ଥାନୀୟ ମେଡ଼ିକାଲ ରୋଡ଼ରେ ଥିବା ଡଃ.କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାପରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବ୍ରଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଭାରେ ତ୍ରୈଲୋକ୍ୟ ଚରଣ ସ୍ବାଇଁ,ଗୋପୀନାଥ ବାରିକ,ଭ୍ରମର ରାଉତ,ରଙ୍ଗାଧର ସାହୁ,ହେମନ୍ତ କୁମାର ଜେନା ପ୍ରମୁଖ କଲାମଜୀଙ୍କ ଦର୍ଶନ,ଶିକ୍ଷା, ଦେଶପ୍ରେମ,ତ୍ୟାଗ, ସରଳ ଜୀବନ ଯାପନ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ କମିଟିର ଆବାହକ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *