ରାମ ମନ୍ଦିରରୁ ମୂଲ୍ୟବାନ ଅଳଙ୍କାର ଚୋରି
ଭଦ୍ରକ:-୧୧/୧୦:-ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଦୈସିଂ ପଞ୍ଚାୟତ ଭୀମପୁର ଠାରେ ସାଳନ୍ଦୀ ନଦୀ କୂଳରେ ଥିବା ରାମ ମନ୍ଦିରରୁ ଗତ କାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଚାବି ଭାଙ୍ଗି ମନ୍ଦିର ଭିତରୁ ରାମ ସୀତା ଲକ୍ଷ୍ମଣ ଙ୍କର ତିନୋଟି ମୂଲ୍ୟବାନ ରୁପା ମୁକୁଟ ଏବଂ ଅନ୍ୟ କିଛି ଜିନିଷପତ୍ର ଚୋରି କରିବା ସହ ମନ୍ଦିର ଭିତରେ ଥିବା ଭେଟି ଥାଳିରୁ ଭେଟି ଟଙ୍କା ନେଇଯାଇଛନ୍ତି ଏହି ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ମନ୍ଦିରର ପୁଜାରୀ ଏବଂ ମନ୍ଦିର କମିଟି ତରଫରୁ ଗ୍ରାମାଞ୍ଚଳ ଥାନାରେ ଏକ ଏତଲା ଦିଆଯାଇଛି ଏଥି ସହିତ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ- ପୁନିଲ କୁମାର ସାମନ୍ତ।
