ରାଜ୍ୟ ପ୍ରଶାସନ ସେବା ପାଇବାରୁ ରୁଦ୍ରମାଧବଙ୍କୁ ଶୁଭେଚ୍ଛା

ଭଦ୍ରକ :୧୧/୧୦– ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଂଚଳ ଅର୍ନ୍ତଗତ  ଜାଗୁଳା ଗ୍ରାମପଂଚାୟତ ଜାଗୁଳା ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ବେହେରାଙ୍କ  କନିଷ୍ଟ ପୁତ୍ର ରୁଦ୍ରମାଧଵ ଓଡିଶା ପ୍ରଶାସନିକ  ସେବା କ୍ଷେତ୍ରରେ  ୧୧୩ ନଂ ସ୍ଥାନରେ ରହି ନିଜ ଅଂଚଳ ତଥା ଚାନ୍ଦବାଲି ବ୍ଲକ ପାଇଁ ଗୌରବ ଆଣିଛନ୍ତି । ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ  ପୋଷ୍ଟ ଗ୍ରାଜୁଏଟ ଡିଗ୍ରି  ହାସଲ କରିବା ପରେ ୨ବର୍ଷ  ବାରିପଦା  ୟୁନର୍ଭସିଟିରେ ସେ ନିଯୁକ୍ତି ପାଇଥିଲେ ।ସେ ଜଣେ ମେଳାପି  ଓ ମେଧାବୀ ଛାତ୍ର ସହିତ  କିଛି ଦିନ ଧରି ପ୍ରଶାସନିକ ସେବା ପାଇଁ ନୂଆଦିଲ୍ଲୀରେ ରହି ଚେଷ୍ଟା ଜାରି ରଖିଥିଲେ । ଆଗାମୀ  ଦିନରେ ସେ ଭାରତୀୟ ପ୍ରଶାସନ ସେବା ପାଇଁ  ପ୍ରସ୍ତୁତ ହେଉଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

 ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *