କାର୍ତ୍ତିକ ପୂର୍ଣ୍ଣିମା ରେ ଡ଼ଙ୍ଗା ଭାଷାଣୀ କରିବାର ପରମ୍ପରା ରହିଛି

ଆ ,କା ,ମା ବୈ , ପନଗୁଆ ତୋର ମାସକ ଯାକ ଧରମ ମୋର କହି ଏହି କାର୍ତ୍ତିକ ପୂର୍ଣ୍ଣିମା ରେ ଡ଼ଙ୍ଗା ଭାଷାଣୀ କରିବାର ପରମ୍ପରା ରହିଛି l ଇତିହାସ କହେ ପୂର୍ବରୁ ଓଡ଼ିଆ ସାଧବପୁଅ ମନେ ନୌବାଣିଜ୍ୟ ପାଇଁ ଲୁଣା ହ୍ରଦ ନିଳାମ୍ବୁ ଚିଲିକା ବାଟ ଦେଇ ଆମ ଓଡିଆ ସାଧବ ପୁଅମାନେ ବୋଇତରେ ସାତ ସମୁଦ୍ର ତେର ନଈ ପାର ହୋଇ ଦେଶ ବିଦେଶକୁ କଳିଙ୍ଗ ରାଜ୍ୟର ସାମଗ୍ରୀ ବ୍ୟବସାୟ ନିମିତ ସୁଦୂର କାଭା , ସୁମାତ୍ରା, ଇଣ୍ଡୋନେସିଆ,ଭଳି ଦେଶକୁ ଯାଇ ବେପାର ବଣିଜ ଶୈଳୀ ସହ ଓଡ଼ିଶାର ସାହିତ୍ୟ ସଂସ୍କୃତି ପରମ୍ପରା ର ଗାଥା କୁ ପ୍ରସାରିତ କରୁଥିଲେ ଚିଲିକା ହ୍ରଦ ବାଲୁଗାଁ ସ୍ଥିତ ବୋଇତ ହୁଡା ଓ ଦୀପ ମୁଣ୍ଡିଆ, ବଡ଼କୁଳ ବନ୍ଦର ଆଜି ମଧ୍ୟ ସେହି ଐତିହ୍ୟର ମୁକସାକ୍ଷୀ l ଆମର ସେହି ଐତିହ୍ୟ ରୁ ସମୃଦ୍ଧୀଶାଳି ସାଂସ୍କୃତିକ ଚେତନାକୁ ପ୍ରତି ଓଡିଆଙ୍କ ହୃଦୟରେ ଉଦ୍ଜୀବିତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ବାଲୁଗାଁ ଏନ. ଏ. ସି ,ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଧବ ବୋହୂ ମନେ ସାଧବ ପୁଅ ମାନଙ୍କୁ ବନ୍ଦାପନା କରି ଜଳଯାତ୍ରା ପାଇଁ ମେଲାଣି ଦେଇଥାନ୍ତି l

ଏହି ପରମ୍ପରା ସ୍ମୃତିକୁ ଉଜ୍ଜୀବିତ ରଖିବା ବାଲୁଗାଁ ଚିଲିକା କୂଳରେ ୩୫ ବର୍ଷ ଧରି ବୋଇତ ବନ୍ଦାଣ ମହୋତ୍ସବ ପାଳନ କରାଯାଉଛି l ଦୁଇଦିନିଆ ଏହି ମହୋତ୍ସବର ଉଦଘାଟନୀ ରାତିରେ ବିଭିନ୍ନ ସଂlସ୍କୃତକ କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ଙ୍କ ମନ ମୁଗ୍ଧ କରିଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ମୁଖ୍ୟ ବକ୍ତା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ,ପୁରୀ ସାଂସଦ ଡଃ ସମ୍ବିତ ପାତ୍ର , ଙ୍କ ସହ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l ସାଧବ ପୁଅଙ୍କୁ ଏକ ସୁସଜିତ ବୋଇତରେ ବସାଇ ବନ୍ଦାପନା କରାଯାଇଥିଲା । ଏହାପରେ ବୋଇତ ଚିଲିକାରେ ପରିଭ୍ରମଣ କରିଥିଲା l କର୍ଯ୍ୟକ୍ରମ କୁ ସଫଳ କରବା ପାଇଁ ବିଭିନ୍ନ ସଂଗଠନ ,ପୋଲିସ ପ୍ରଶାସନ, ଅଗ୍ନିଶ୍ରମ ବିଭାଗ,ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *