କିଶୋର ପ୍ରସାଦରେ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା

ଗଣିଆ – ଗଣିଆ ବ୍ଳକ କିଶୋର ପ୍ରସାଦ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ଏହି ଯାତ୍ରା ୪ ଦିନ ଧରି ଚାଲିବ । ଗଣିଆ ବ୍ଳକରେ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା କେବଳ କିଶୋର ପ୍ରସାଦରେ ଅନୁଷ୍ଠିତ ହେଉଥିବାରୁ ଏଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଦିନ ତମାମ ଏଠାରେ ରାସପୂର୍ଣିମା ପାଳନ କରାଯିବା ସହିତ ରାତିରେ ଦୀପଯଜ୍ଞ ଅନୁଷ୍ଠିତ ହେଉଅଛି । ୪ ଦିନ ଧରି ଗ୍ରାମର କଳାକାର ମାନଙ୍କୁ ନେଇ ସାମାଜିକ ନାଟକ ମଞ୍ଚସ୍ଥ ହେବ ବୋଲି ସ୍ଥିର କରାଯାଇଛି । କହିବାକୁ ଲାଜ ଶୁଣିଲେ ପାପ,ମା’ର ପଣତ ଶ୍ରୀମନ୍ଦିର ନେତ, ସ୍ବାମୀ ପାଇଁ ପଛେ ନର୍କକୁ ଯିବି ଏବଂ ଗୁହାରୀ ଶୁଣ ଦିନବନ୍ଧୁ ଭଳି ୪ଟି ନାଟକ ଦେଖିବାକୁ ଗ୍ରାମରେ ପ୍ରବଳ ଯାତ୍ରାପ୍ରେମୀ ଉପସ୍ଥିତ ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅତିଥି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । କମିଟି ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ନାଟକ ସ୍ବାମୀ ପାଇଁ ପଛେ ନର୍କକୁ ଯିବି ମଞ୍ଚସ୍ଥ ହେବ ବୋଲି କମିଟି ତରଫରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *