ଚୋରା ଚାଲାଣ କରୁଥିବା ୩ ବାଲି ବୋଝେଇ ଟ୍ରାକ୍ଟର ଜବତ
କାମାକ୍ଷାନଗର:୨୯/୧୦- କାମାକ୍ଷାନଗର ଥାନା ବଡ଼ସୁଆଁଳ ପଂଚାୟତ ଆରସାହି ବାଲିଘାଟ ନିକଟରେ କମାକ୍ଷାନଗର ଥାନା ଓ ଆଡ଼ିସିନାଲ ତହସିଲଦାର ,କମାକ୍ଷାନଗର ଆର,ଇ ଓ କାଦୁଆ ଆର,ଆଇ ଙ୍କ ମିଳିତ ଚଢ଼ାଉ ରେ ୩ ଟି ଟ୍ରାକ୍ଟର ଚୋରା ବାଲି ଚାଲାଣ କରୁଥିବା ସମୟରେ ଜବତ କରିଛନ୍ତି ।ସେମାନଙ୍କୁ ଜବତ କରି କାମାକ୍ଷାନଗର ଥାନାରେ ଅଟକ ରଖିଛନ୍ତି । ସୂଚନାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଆରସାହି ଘାଟ ରୁ ପ୍ରାୟ ପ୍ରତ୍ୟେକ ଦିନ ବାଲି ଚୋରା ଚାଲାଣ କରାଯାଉଥିବାର ଅଭିଯୋଗ ଆସୁଥିଲା । ଆଜି କୋୖଣସି ସୂତ୍ରରୁ ଖବର ପାଇ କମାକ୍ଷାନଗର ଆଡ଼ିସିନାଲ ତହସିଲଦାର ଯଶ କେତନ ନାୟକ,ଆର,ଆଇ ପ୍ରେମାନନ୍ଦ ଦଳାଇ ,ଆର,ଆଇ ପଦ୍ମନାଭ ଭୋଇ ତଥା କମାକ୍ଷାନଗର ଥାନା ର କିଛି କର୍ମଚାରୀ ମାନଙ୍କୁ ନେଇ ଏହି ୩ ଟ୍ରାକ୍ଟର କୁ ଜବତ କରିବା ସହିତ କାମାକ୍ଷାନଗର ଥାନା କୁ ନେଇଆସିଥିଲେ । ପରେ ଆଜି ଅପରାହ୍ନ ରେ ପ୍ରତ୍ୟେଜ ଟ୍ରାକ୍ଟର ପିଛା ୨୫ ହଜାର ଟଙ୍କା ଲେଖାଏଁ ଫାଇନ କରିବା ପରେ ସେମାନଙ୍କୁ ଛାଡ଼ିଦେଇଥିଲେ । ଏ ଅଂଚଳରେ ପଥର ମାଫିଆ ଓ ବାଲି ମାଫିଆ ଙ୍କ ଦୌରାତ୍ମ ଦିନକୁ ଦିନ ବଢି ଚାଲୁଥିବା ବେଳେ ସରକାରଙ୍କର ରାଜସ୍ୱହାନି ହେଉଛି । ଏହିପରି ପ୍ରତ୍ୟେକ ଦିନ ବହୁ ସ୍ଥାନରେ ଯଦି ପ୍ରଶାସନ ତରଫରୁ ଚଢ଼ାଉ ଜାରି ରହିଲେ ମାଫିଆ ମାନଙ୍କୁ ଜବତ କରିବା ସମ୍ଭବ ହେବ ବୋଲି ସାଧାରଣରେ ପ୍ରକାଶ ପାଉଛି।
ରିପୋର୍ଟ -ପ୍ରକାଶ କୁମାର ପାତ୍ର।
