ବାଘ ଛାଲ ଜବତ,୩ ଶିକାରୀ ଗିରଫ , ଶିକାରରେ ବ୍ୟବହୃତ ବନ୍ଧୁକ ଜବତ।
ଗଣିଆ -ଗଣିଆ ବନାଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ। ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗତ ଜାନୁଆରୀ ମାସରେ ଗଣିଆ ବନାଞ୍ଚଳ ଅଧୀନ ଖଳିସାହି ଗାଁ ର ତ୍ରିନାଥ ପ୍ରଧାନ ଜଙ୍ଗଲ କୁ ଛେଳି ଚରାଇବାକୁ ନେଇଥିଲେ। ସେଠାରେ କଲରାପତରିଆ ବାଘ ଛେଳି କୁ ଶିକାର କରି ଖାଇଥିଲା। ତ୍ରିନାଥ ରାଗିଯାଇ କଚପଲ୍ଲୀ ର ବିମ୍ବାଧର ନାୟକ ଓ ରାମଚନ୍ଦ୍ର ଦଳବେହେରା ସହିତ ଅନ୍ୟ ୨ ଯୁବକ ବିଦ୍ୟୁତ ଦ୍ୱାରା ବାଘ କୁ ଶିକାର କରି ମାରିଥିଲେ। ବାଘ ଛାଲ କୁ ବିକ୍ରି କରିବାପାଇଁ ନିଷ୍ପତି ନେଇଥିଲେ।

କୌଣସି ସୂତ୍ରରୁ ନୟାଗଡ ବନାଞ୍ଚଳ ଅଧିକାରୀ ଓ ମହାନଦୀ ୱାଇଲାଇପ ବନାଞ୍ଚଳ ଅଧିକାରୀ ଖବର ପାଇଁ ଚଢ଼ାଉ କରିଥିଲେ। ତ୍ରିନାଥ ଘରୁ ବାଘ ଛାଲ ଜବତ ହେବା ସହ ବନ୍ଧୁକ ମଧ୍ୟ ଜବତ ହୋଇଛି। ୨ ଅଭିଯୁକ୍ତ ଫେରାର ଙ୍କ ଠାରୁ ଶିକାର ରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ବିମ୍ବାଧର ଓ ରାମଚନ୍ଦ୍ର ଶିକାର ଜନ୍ତୁ ମାରିବାରେ ସହଯୋଗ କରିବା ସହ ମାଂସ ବିକ୍ରି କରୁଥିଲେ। ଆଜି ୩ ଶିକାରୀ କୁ ଗଣିଆ ବନାଞ୍ଚଳ ଅଧିକାରୀ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ ବନାଞ୍ଚଳ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
