ଅଭାବୀ ପରିବାରକୁ ସହାୟତାର ହାତ ବଢାଇଲା ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ “ବିପଦବନ୍ଧୁ ସେବା ସଂଗଠନ”
ଭଦ୍ରକ, ତିହିଡି :୬/୮- ବିଗତ କିଛି ଦିନ ପୂର୍ବରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ଗ୍ରାମରେ ଶରତ ସାହୁ ଯେକି ପେଶାରେ ଜଣେ ଚାଷୀ ,ତାଙ୍କ ପରିବାରକୁ ହଠାତ ଏକ ଅଜଣା ରୋଗ ମାଡିବସିଲା। ତାଙ୍କର ଏକମାତ୍ର ଝିଅ ରାଜଲକ୍ଷ୍ମୀ ସାହୁ(ବୟସ ୧୮) ବୟସର ଅପରାହ୍ନରେ ରାଜଲକ୍ଷ୍ମୀ ଯେକି ଜଣେ ମେଧାବୀ ଛାତ୍ରୀ,ହଠାତ ଏକ ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ପଡିଲେ। ଚାଷବାସ କରି ଯାହା କିଛି ଅର୍ଥ ସଞ୍ଚୟ କରିଥିଲେ। ଝିଅ ରାଜଲକ୍ଷ୍ମୀଙ୍କ ପାଇଁ ସବୁ କିଛି ଅର୍ଥ ଚିକିତ୍ସା ବାବଦରେ ସାରିଦେଲେ। ତଥାପି ରୋଗ କିଛି ଆକଳନ କରିହେଲା ନାହିଁ। ବହୁ ପରୀକ୍ଷା ନିରୀକ୍ଷା କରି ମଧ୍ୟ ଶେଷରେ ଅସହାୟ ହୋଇପଡିଲେ। ସବୁ କିଛି ଅର୍ଥ ଝିଅ ପାଇଁ ସାରିଥିଲେ ମଧ୍ୟ କିଛି ଫଳପ୍ରଦ ପାଇପାରିଲେ ନାହିଁ। ତାଙ୍କର ଚିକିତ୍ସା ନିମନ୍ତେ ଆହୁରି କିଛି ଅଧିକ ଅର୍ଥର ଆବଶ୍ୟକତା ପଡିଲା। ସୋସିଆଲ ମେଡିଆ ଏବଂ ଖବରକାଗଜ ମାଧ୍ୟମରେ କୁବେରା ଗ୍ରାମର ଏହି ଦୁଃଖୀ ଓ ଅଭାବୀ ପରିବାରଙ୍କର ଖବର ଜାଣିବାକୁ ପାଇଲେ। ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ତଥା ଗରିବ ଓ ଅସହାୟର ସାଥି “ବିପଦବନ୍ଧୁ ସେବା ସଂଗଠନ” ଖବର ପାଇ ଉକ୍ତ ପରିବାରଙ୍କୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ ବୋଲି ଆଶ୍ଵସନା ଦେଇଥିଲେ। ଯାହାହେଉ ସଂଗଠନର ସମସ୍ତ ହୃଦୟବାନ ସଦସ୍ୟଙ୍କ ସହାୟତା ଓ ସହଯୋଗରେ କିଛି କିଛି ଆର୍ଥିକ ରାଶି ସଂଗ୍ରହ କରି ରାଜଲକ୍ଷ୍ମୀଙ୍କର ଚିକିତ୍ସା ନିମନ୍ତେ ପ୍ରଦାନ କଲେ। ସଂଗଠନର ସମସ୍ତ ହୃଦୟବାନ ସଦସ୍ୟଙ୍କ ମଧ୍ୟରେ ସଂଗଠନର ମୁଖ୍ୟ ଉପଦେଷ୍ଟା ଏବଂ ଯୁବ ସମାଜସେବୀ ରଞ୍ଜନ କୁମାର ଶୁକ୍ଳ, ସଭାପତି କୈଳାଶ ସାହୁ ଓ ସମ୍ପାଦକ ଅଲେଖ ଚନ୍ଦ୍ର ଜେନା,ସମାଜସେବୀ ଲୋକନାଥ ପରିଡା, ସ୍ୱପ୍ନେଶ୍ଵର ମହାଳିକ(କାଳିଆ), ଯୁବ ସମାଜସେବୀ ରାଜେୟ ବାରିକ ଓ ଅନ୍ୟାନ୍ୟ ସମସ୍ତ ସମାଜସେବୀ ଭାଇମାନେ ଉକ୍ତ ପରିବାର ନିକଟରେ ପହଞ୍ଚି ମେଧାବୀ ଛାତ୍ରୀ ରାଜଲକ୍ଷ୍ମୀଙ୍କର ଚିକିତ୍ସା ପାଇଁ ୨୦୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ରାଜଲକ୍ଷ୍ମୀଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସଂଗଠନର ଏହିଭଳି ମହାନ ସେବାକାର୍ଯ୍ୟ କୁବେରା ଗ୍ରାମର ଜନସାଧାରଣ ମହଲରୁ ଭୂୟସୀ ପ୍ରଶଂସା କରାଯାଇଅଛି।
ରିପୋର୍ଟ:-ପୁନିଲ କୁମାର ସାମନ୍ତ ।
