ଅପରେସନ ସିନ୍ଦୁର ପାଇଁ ତ୍ରିରଙ୍ଗା ବାଇକ ଯାତ୍ରା.
Date-15/05/25-ଜଗତସିଂହପୁର ଠାରେ ଅପରେସନ ସିନ୍ଦୁର ପାଇଁ ତ୍ରିରଙ୍ଗା ବାଇକ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ବାଇକ ଯାତ୍ରା ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରୁ ବାହାରି DRDA ପର୍ଯ୍ୟନ୍ତ ଯାଇଥିଲା । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ସହିତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ଏହି ବାଇକ ଯାତ୍ରାରେ ସାଧାରଣ ନାଗରିକ, ଜିଲ୍ଲା ପୋଲିସ, ପ୍ରଶାସନିକ ଅଧିକାରୀ, ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିଲେ । ଏହି ତ୍ରିରଙ୍ଗା ବାଇକ ଯାତ୍ରା ଆତଙ୍କବାଦ ବିରୋଧ ରେ ଦେଶର ଅଭିଯାନ କୁ ଆହୁରି ସଶକ୍ତ କରିବ ବୋଲି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କହିଛନ୍ତି ।
