ଆଜି ପିପିଲି ଡେଲାଙ୍ଗ ଉପନିର୍ବାଚନର ଶେଷ ଦିନ ପ୍ରଚାର
ଆଜି ପିପିଲି ଡେଲାଙ୍ଗ ଉପନିର୍ବାଚନର ଶେଷ ଦିନ ପ୍ରଚାର ଅବସରରେ ଡେଲାଙ୍ଗ ବ୍ଲକ ଶ୍ରୀ ପୁରୁଷୋତ୍ତମ ପୁର ପଞ୍ଚାୟତର ମହିଳା ସମାବେଶରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାରୀ ଯୋଜନା ଏବଂ ପିପିଲି ଓ ଡେଲାଙ୍ଗର ବିକାଶ ଧାରାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ପରିମାଣରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଅତାବିରା ବିଧାୟିକା ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ, କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ ।
