ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱରୀ ସନ୍ତୋଷୀ ମା କମିଟି ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ ଧାମନଗର

୧୩/୮: ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱରୀ ସନ୍ତୋଷୀ ମା କମିଟି ଟ୍ରଷ୍ଟ ଓ ୟୁଥ ଏଣ୍ଡ ୟୁକୋ କ୍ଳବ ପକ୍ଷରୁ ଚୂଡ଼ାକୁଟି ଇନ୍ଦ୍ର ଗୋବିନ୍ଦ ହାଇସ୍କୁଲ ଓ ଇନ୍ଦ୍ରମଣି ହାଇସ୍କୁଲ ଉଭୟ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ତଥା ଯୁବ ଯାଦବ ଜିଲ୍ଲା ସଭାପତି ତଥା ମା ସନ୍ତୋଷୀ କମିଟିର ଉପଦେଷ୍ଟା ରବି ନାରାୟଣ ଖିଲାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇନ୍ଦ୍ର ଗୋବିନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ଜେନା ଓ ଇନ୍ଦ୍ରମଣି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶେଖର ଜେନାଙ୍କ ସଭାପତିତ୍ଵରେ ମୁଖ୍ୟ ବକ୍ତା ଭାବେ କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡ଼ା । ସମ୍ମାନିତ ଅତିଥି ଭାବେ ସନ୍ତୋଷୀ ମା କମିଟି ତଥା ଯାଦବ କମିଟିର ଉପଦେଷ୍ଟା ନିତ୍ୟାନନ୍ଦ ବେହେରା, ସମାଜସେବୀ କିରଣ ଜେନା, ଯୁବ ସାମ୍ବାଦିକ ତଥା ଯୁବ ଯାଦବ ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଵୃକ୍ଷରୋପଣ କରିଥିଲେ ।ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ଯାଦବ ସଂଯୋଜକ ତଥା ମା ସନ୍ତୋଷୀ କମିଟିର ଆବାହକ,ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା ପରିଚାଳନା କରିଥିଲେ । ପ୍ରାୟ ଶତାଧିକ ଵୃକ୍ଷ ରୋପଣ କରାଯାଇଥିଲା, ସନ୍ତୋଷୀ ମା କମିଟିର ମୁଖ୍ୟ ପିତାମ୍ବର ପରିଡା ଓ ବାସନ୍ତୀ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଖଗେଶ୍ୱର ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *