ଓଡଙ୍ଗରେ ଦୁଗ୍ଧ ଉତ୍ପାଦିକା ଗୋଷ୍ଠୀ ଉଦ୍ଘାଟନ
ବନ୍ତ,୧୩/୮:ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ମହାସଂଘ ସ୍ତରୀୟ ଦୁଗ୍ଧ ଉତ୍ପାଦିକା ଗୋଷ୍ଠୀର ଉଦ୍ଘାଟନ ହୋଇଯାଇଛି । ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ତତ୍ୱାବଧାନରେ କସ୍ତୁରବା ମହିଳା ମହାସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ସଞ୍ଜୟ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ବନ୍ତ ବିଡିଓ ଅଙ୍କିତା ବାରିକ, ବ୍ଲକ ବିପିସି ଚିରଞ୍ଜିବି ଦାସ, ଜୀବିକା ମିଶନର ବିଏଲ୍ସି ରଶ୍ମିତା ପଣ୍ଡା, ସ୍ମିତା ପାଣିଗ୍ରାହୀ,ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିର୍ମଳ ଚନ୍ଦ୍ର ବାରିକ, ଆଗରପଡା ପ୍ରାଣୀ ଚିକିତ୍ସକ ଡା. ଚିତ୍ତ ରଞ୍ଜନ ଦାଶ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଗଣିଜାଙ୍ଗ ଶାଖା ପରିଚାଳକ ଅଭିଷେକ ଜେନା, ଓମଫେଡ ଜେନେରାଲ ମ୍ୟାନେଜର ରଶ୍ମିରେଖା ବିନ୍ଧାଣୀ, ଓମଫେଡ ଅଧିକ୍ଷକ ଜିତେନ୍ଦ୍ର ନାଥ ରାଉତ ପ୍ରମୁଖ ଯୋଗ ଦେଇ ଗୋପାଳନ ବର୍ତ୍ତମାନ ଚାଷୀ ପରିବାରର ଜୀବିକା ଉପାର୍ଜନର ମୁଖ୍ୟ ମାଧ୍ୟମ ହୋଇ ପାରିଛି । ଗୋଖାଦ୍ୟ ସମସ୍ୟା ଦୂର ପାଇଁ ଘାସ ଚାଷର ଆବଶ୍ୟକତା ରହିଛି । ଗୋଚର ଜମିରେ ମହିଳା ଗୋଷ୍ଠୀ ଘାସ ଚାଷ କରି ନିଜ ଗାଈର ଖାଦ୍ୟ ସମସ୍ୟା ଦୂର କରିବା ସହିତ ବଳକା ଘାସକୁ ବିକି ଅର୍ଥ ଉପାର୍ଜନ କରି ପାରିବେ ବୋଲି ପରାମର୍ଶ ଦେଇଥିଲେ । ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀରୁ ୫୯ ଜଣ ମହିଳାଙ୍କୁ ନେଇ ଏକ ଦୁଗ୍ଧ ଉତ୍ପାଦିକା ଗୋଷ୍ଠୀ ଗଠନ କରାଯାଇଛି । ଉକ୍ତ ଗୋଷ୍ଠୀ ମାଧ୍ୟମରେ ପଞ୍ଚାୟତରେ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଓଡଙ୍ଗ ପାଣୀ ନୀରିକ୍ଷକ ପ୍ରିୟବ୍ରତ ରାଉତ, ମହାସଂଘର ଏମବିକେ ଜ୍ୟୋର୍ତିମୟୀ ପଣ୍ଡା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀକ୍ଷା ତ୍ରିପାଠୀ, ଗୋପାଳକ ଅକ୍ଷୟ ବାରିକ, ରାଜିବ ଲୋଚନ ଦାଶ, କାର୍ତ୍ତିକ ଚନ୍ଦ୍ର ପତି, ଦାଶରଥି ପଲେଇ, ସୁକାନ୍ତ ଦାଶ, ପିତାମ୍ବର ପୁହାଣ, ଅଭୟ ସ୍ୱାଇଁ, ସନ୍ତୋଷ କବିଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟା/ସଭ୍ୟ, ଏସିଏମ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ପଞ୍ଚାୟତର ସମସ୍ତ ମହିଳା ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।
