ବାଲୁକା ଚିତ୍ର ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି
—*ଆନ୍ତର୍ଜାତୀୟ ବାଲୁକା କଳାକାର ସୁଦାମ ପ୍ରଧାନଙ୍କ ଦ୍ୱାରା ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କୁ ବାଲୁକା ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି*ଗାନ୍ଧୀ ଜୟନ୍ତୀ ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା କଳାକାର ତଥା ସୁଦାମ ସ୍ୟାଣ୍ଡ ଆର୍ଟ ମ୍ୟୁଜିୟମର ପ୍ରତିଷ୍ଠାତା *ସୁଦାମ ପ୍ରଧାନ* ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମର୍ପିତ ଏକ ହୃଦୟସ୍ପର୍ଶୀ ବାଲୁକା ଆନିମେସନ୍ ଭିଡିଓ ପ୍ରସ୍ତୁତ କରିଛନ୍ତି।

2 ଘଣ୍ଟା ଧରି ଲାଇଭ୍ କଳାକୃତି ମାଧ୍ୟମରେ ତିଆରି ହୋଇଥିବା ଏହି ଆନିମେସନ୍ରେ ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଯାତ୍ରା ଓ ତାଙ୍କର ଐତିହାସିକ ଆନ୍ଦୋଳନକୁ ବାଲି ମାଧ୍ୟମରେ ଜୀବନ୍ତ କରାଯାଇଛି। ଏହି କଳାକୃତି ଆଜିର ସମୟରେ ସତ୍ୟ, ଅହିଂସା ଓ ଶାନ୍ତିର ମହତ୍ତ୍ୱକୁ ଦର୍ଶାଉଛି।
