ସାରୋଳ ଗ୍ରାମରେ ଦ୍ଵାଦଶ ତମ ପ୍ରତିଭା ଅନ୍ୱେଷଣ
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ସାରୋଳ ଗ୍ରାମରେ ନ୍ୟାସନାଲ କ୍ଲବ ଆନୁକୂଲ୍ୟରେ ଚଳିତ ବର୍ଷ ଦ୍ୱାଦଶ ତମ “ପ୍ରତିଭା ଅନ୍ୱେଷଣ-୨୦୨୬” ଉତ୍ସବ ପାଳନ ହୋଇଯାଇଅଛି।ଏହି ଉତ୍ସବରେ ୫୦ ରୁ ଉର୍ଦ୍ଧ୍ବ କୁନି କୁନି ପିଲାମାନେ ପ୍ରତିଯୋଗୀ ମାଧ୍ୟମରେ ନିଜ ନିଜର ପ୍ରତିଭାକୁ ପରିସ୍ଫୁଟନ କରାଇଥିଲେ।ତତ୍ ସହିତ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର୍ଷଣ ନାୟକ, ସମାଜସେବୀ ତଥା ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ହାସ୍ୟ ଅଭିନେତା ଶ୍ରୀଯୁକ୍ତ ଶକ୍ତି ଶଙ୍କର ବରାଳ, ଅର୍ଗସ ନିୟୁଜର ସାମ୍ବାଦିକ ଶ୍ରୀମାନ ପ୍ରଭାତ କୁମାର ପରିଡ଼ାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଜପା ର ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ତଥା ପରିଚାଳକ ଧରିତ୍ରୀ ଖବରକାଗଜ କଟକର ପ୍ରଦୀପ୍ତ କୁମାର ରଥ, ଜିଲ୍ଲାପରିଷଦ ସଭ୍ୟ ତଥା ନ୍ୟାସନାଲ କ୍ଲବର ଉପଦେଷ୍ଟା ଶ୍ରୀଯୁକ୍ତ ଗଙ୍ଗାଧର ବିଶ୍ୱାଳ, ସରପଞ୍ଚ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କିଶୋର ଚୟିନୀ, ସମିତିସଭ୍ୟ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ବାରିକ ଓ ହାସ୍ୟ ଅଭିନେତା ଶ୍ରୀଯୁକ୍ତ ଶକ୍ତି ଶଙ୍କର ବରାଳ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ |ନ୍ୟାସନାଲ କ୍ଲବର ଉପଦେଷ୍ଟା ତଥା ଅଧ୍ୟାପକ ଡ଼ଃ ଅଭୟ କୁମାର ମହାରଣା ସଭାରେ ସଭାପତିତ୍ୱ କରିଥିଲା ବେଳେ କ୍ଲବର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିଲେ, ସମ୍ପାଦକ ଶ୍ରୀମାନ ବିଶ୍ୱଜିତ ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ସକ୍ରିୟ ସଦସ୍ୟ ଶ୍ରୀମାନ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |ଏହି ଉତ୍ସବଟିକୁ କ୍ଲବର ନୂତନ ସଭାପତି ଶ୍ରୀମାନ ତୁଷାରକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ କରାଯାଇଥିଲା |ଅନ୍ୟମାନଙ୍କ ମଧ୍ୟରେ ଶାଶ୍ୱତ ମହାରଣା, ସୁମନ ପାତ୍ର, ପ୍ରମୋଦ ପାତ୍ର,ଦୀପକ ପଣ୍ଡା, ତାପସ ସାହୁ, ରାଧାକାନ୍ତ ସାହୁ, ବୁବୁ, ଶାରଦା ରାଉତ, ସୌମ୍ୟରଂଜନ ରାଉତ, ବବୁଲ, ସୁବାଷ, ବଣ୍ଟି, ବିଶିକେଶନ ପାତ୍ର, ସତ୍ୟଜିତ ବିଶ୍ୱାଳ, ଅନିଲ ମହାରଣା, ଗୋରେଖନାଥ ବେହେରା, ଅଭିନାଶ ମହାରଣା, ସଞ୍ଜୟ ମହାରଣା, ସଞ୍ଜୟ ସାହୁ,ଜୟନ୍ତ ପାତ୍ର, କୈଳାଶ ବିଶ୍ୱାଳ, ପୁପୁନ, ବାବାଜୀ ଖୁଣ୍ଟିଆ, ରାହୁଲ ପ୍ରମୁଖ ସହଯୋଗର ହାତ ବଢ଼ାଇଥିଲେ। ସଭା ପରିଶେଷରେ ସମସ୍ତ କୁନି କୁନି ପ୍ରତିଯୋଗୀ ମାନଙ୍କୁ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ସହିତ ସିଲ ପ୍ରଦାନ କରାଯାଇ ପୁରଷ୍କୃତ କରାଯାଇଥିଲା।
