ଭିରଙ୍ଗ ଗ୍ରାମରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା ୨ୟ ବାର୍ଷିକ ଚତୁର୍ଥ ପ୍ରହରୀ ପୂଜା

ଏରସମା:ଏରସମା ବ୍ଲକ ଅନ୍ତର୍ଗତ ଭିରଙ୍ଗ ଗ୍ରାମରେ ଶ୍ରୀଶ୍ରୀ ରାଧା–କୃଷ୍ଣଙ୍କ ଦ୍ୱିତୀୟ ବାର୍ଷିକ ଚତୁର୍ଥ ପ୍ରହରୀ ନାମ ସଙ୍କୀର୍ତ୍ତନ ପୂଜା ଅତ୍ୟନ୍ତ ଭକ୍ତିମୟ ଓ ସୁସଂଗଠିତ ଭାବେ ସମ୍ପନ୍ନ ହୋଇଯାଇଛି।ଚତୁର୍ଥ ପ୍ରହରୀ ପୂଜା କମିଟି, ଭିରଙ୍ଗ ଆୟୋଜିତ ଏହି ପୂଜାରେ ଚାରି ପ୍ରହରୀ ଧରି ଅବିରତ ନାମ ସଙ୍କୀର୍ତ୍ତନ, ହରିନାମ, ମୃଦଙ୍ଗ–କରତାଳ ଧ୍ୱନି ଓ ଭଜନ–କୀର୍ତ୍ତନ ଦ୍ୱାରା ସମଗ୍ର ଗ୍ରାମ ଓ ଆସପାସ ଅଞ୍ଚଳ ଆଧ୍ୟାତ୍ମିକ ରସରେ ମଗ୍ନ ହୋଇଥିଲା। ନିକଟସ୍ଥ ଗ୍ରାମଗୁଡ଼ିକରୁ ଆସିଥିବା ଶତାଧିକ ଭକ୍ତଙ୍କ ଉପସ୍ଥିତି ପୂଜାକୁ ଅଧିକ ଗୌରବମୟ କରିଥିଲା।ପୂଜା ଅବସରରେ ଅତିଥି ଭକ୍ତମାନେ ନାମ ସ୍ମରଣର ମହତ୍ତ୍ୱ, ଭାଇଚାରା ଓ ସାମାଜିକ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପୂଜା କମିଟି ସଦସ୍ୟମାନଙ୍କ ଏକତା, ଯୁବକମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳାବଦ୍ଧ ଭାବେ ସମ୍ପନ୍ନ ହୋଇଥିଲା।ଶେଷରେ ମହାପ୍ରସାଦ ସେବନ ସହ ପୂଜାର ସମାପନ ହୋଇଥିଲା। ପୂଜା କମିଟି ପକ୍ଷରୁ ସମସ୍ତ ଭକ୍ତ, ଦାତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଯାଇ ଆଗାମୀ ବର୍ଷ ଆହୁରି ଭବ୍ୟ ଭାବେ ପୂଜା ଆୟୋଜନ କରିବାର ଆଶା ବ୍ୟକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *