ଜାତୀୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ପୁରୀ ବୁଦ୍ଧିଷ୍ଟ୍ ଟାଏକୋଣ୍ଡା ଏକାଡେମୀର ଦୁଇ କ୍ରୀଡ଼ାବିତ୍*
*ଚଳିତ ବର୍ଷ 22.10.2026 ରୁ 26.10.2026 ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀର, ଶ୍ରୀନଗର ର ଇଣ୍ଡୋର ଷ୍ଟାଡିୟମ ରେ ୭୦ତମ ଜାତୀୟ ସ୍କୁଲ ଗେମ ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହେବାପାଇଁ ଯାଉଅଛି।ଏହି ପ୍ରତିଯୋଗିତାରେ ପୁରୀ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀର ଦୁଇ କ୍ରୀଡ଼ାବିତ ତଥା *ସାଇ କ୍ରିଷ୍ଣା ସ୍ୱାଇଁ* ଓ *ଡି.ଅର୍ପିତା ରେଡି* U-17 ବୟସ ବର୍ଗରେ ଭାଗ ନେଇଛନ୍ତି।ଶ୍ରୀନଗର ଅଭିମୁଖେ ଯାତ୍ରା ସମୟରେ ପୁରୀ ରେଳଷ୍ଟେସନରେ କ୍ରୀଡ଼ାବିତ ମାନଙ୍କୁ ଅଭିଭାବକ ସମେତ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ୱନାଥ ନାୟକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରିଥିଲେ।
