୨ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ,ଜଣେ ଗୁରୁତର

କାମାକ୍ଷାନଗର,୧୯.୧୦.୨୦୨୧- ୨ ବାଇକ ମୁହାଁମୁହିଁ ଧକ୍କା।ଜଣେ ମୃତ ଜଣେ ଗୁରୁତର।ମୃତକ ହେଲେ କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ଗୁରୁଚରଣ ବିଶ୍ବାଳ ଓ ଗୁରୁତର ହେଲେ କଇରାଟାଙ୍ଗର ଗ୍ରାମର ବିଚିତ୍ରା ଦେହୁରୀ।ଉଭୟ ବିରାଶାଳରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ମକୁଆକାଟେଣି ଠାରେ ବିପରିତ ଦିଗରୁ ଆସୁଥିବା ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା,ଫଳରେ ଗୁରୁତର ଅବସ୍ଥାରେ ୨ଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛି।କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *