ଲକ୍ଷ୍ମୀପୂଜା ପାଇଁ କଳସ ଶୋଭାଯାତ୍ରା

ବେଲବାହାଳି,୧୯/୧୦:- ପବିତ୍ର କାର୍ତ୍ତିକମାସରେ ପ୍ରତି ଗାଁ ଗାଁରେ ମା ଲକ୍ଷ୍ମୀଙ୍କୁ ଭକ୍ତମାନେ ମେଢ ରୂପରେ ତିଆରିକରି ରୀତିନୀତିରେ ପୂଜା କରିଛନ୍ତି । ଆନନ୍ଦପୁର ଅଞ୍ଚଳର ବେଲବାହାଳି ଗ୍ରାମରେ ଦୁଇଟି ସ୍ଥାନରେ ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି । କୋଭିଡ଼ି କଟକଣା ମାନି କୌଣସି ସାସ୍କୃତିକ ପୋଗ୍ରାମ ନକରି ବାଜା ଢୋଲ ବହାଇ କୁସେଇ ନଦୀରୁ କଳସ ବୁଡାଇ ଗ୍ରାମ ପରିକ୍ରମା କରି ମା ଲକ୍ଷ୍ମୀଙ୍କ ପାଖରେ କଳସ ସ୍ଥାପନ କରିଛନ୍ତି । ଏଥିରେ ପୂଜକ ଦିଲ୍ଲୀପ କୁମାର କର, ଏବଂ ପ୍ରଦୀମ୍ନ ପାଢ଼ୀ ଓ ଜଟିଆ ନନା ରୀତିନୀତିରେ ପୂଜା କରିଛନ୍ତି ଏଥିରେ କମିଟର ବରିଷ୍ଠ ବ୍ୟକ୍ତି ନାରାୟଣ ସାହୁ ସଂକଳ୍ପରେ ବସି ମୁଖ୍ୟ କଳସ ବୁଡାଇଥିବା ବେଳେ ସଭାପତି ହରିହର ସାହୁ ଏବଂ ପଦ୍ମଲୋଚନ ସାହୁ,ଆଲୋକ ସାହୁ, ରବୀନ୍ଦ୍ର ସାହୁ, ଅଭିମନ୍ୟୁ ସାହୁ, ରାଜେନ୍ଦ୍ର ସାହୁ, ଉପେନ୍ଦ୍ର ସାହୁ, ନୀଳମଣି ସାହୁ, ହାଡିବନ୍ଧୁ ସାହୁ,ଚଗୁଳୁ ସାହୁ, ସୁଦର୍ଶନ ସାହୁ, କବିନ୍ଦ୍ର ସାହୁ, ଅଭିନାସ ବେହେରା, ରବି ସାହୁ, ସିପୁ ସାହୁ, ରାଜୁ ସାହୁ, ରମେଶ ସାହୁ ,ବଳରାମ ସାହୁ,ମଙ୍ଗୁଳି ସାହୁ ,ଅଭିନାସ ସାହୁ ଏବଂ ମୋଟ ୨୫ ଜଣ କଳସ ବୁଡାଇ ରୀତିନୀତି ରେ ରହି ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଆଜି ଅପରାହ୍ନରେ କୁସେଇ ନଦୀରୁ କଳସ ବୁଡାଇ ଗ୍ରାମର ମଙ୍ଗଳ ପାଇଁ ମା ଙ୍କ ନିକଟରେ ଗୁହାରିକରି ଗ୍ରାମ ପରିକ୍ରମା କରିଛନ୍ତି ।

Leave a Reply

Your email address will not be published. Required fields are marked *