ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ସମେତ ଦୁଇ ଆହତ

କାମାକ୍ଷାନଗର, ୨୯.୦୪.୨୦୨୨ – ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକରେ ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ଆହତ। ଆହତ ଛାତ୍ର ହେଲେ କଙ୍କିଳି ହାଇସ୍କୁଲର ଅମରେଶ ପ୍ରଧାନ। ଆହତ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି।ସୂଚନା ଅନୁସାରେ ଅମରେଶ ତାଙ୍କ ବାପା କ୍ଷିରୋଦ ପ୍ରଧାନ ଓ ସଂପର୍କୀୟ ଭାଇ ପବିତ୍ର ସାହୁ ଏକ ବାଇକ ଯୋଗେ ମୁକ୍ତାପଶି ସ୍କୁଲରୁ ପରୀକ୍ଷା ସାରି ନିଜ ଗ୍ରାମ କଙ୍କିଳିକୁ ଫେରୁଥିବା ବେଳେ ରେଙ୍ଗାଳି ବାମ କେନାଲ ନିକଟରେ ରାଉରକେଲାରୁ ଭୂବନେଶ୍ବର ଯାଉଥିବା ଏକ ଆମ୍ବୁଲାନ୍ସ ସହିତ ଦୁର୍ଘଟଣା ହୋଇଥିଲା। ଆହତ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ସେହି ଆମ୍ବୁଲାନସରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *