ଉଦଳା ମହାବିଦ୍ୟାଳୟର ୬୦ ତମ ବାର୍ଷିକ ଉତ୍ସବ ପାଳିତ

ଉଦଳା ମହାବିଦ୍ୟାଳୟର ୬୦ ତମ ବାର୍ଷିକ ଉତ୍ସବ ପାଳିତ

ଉଚ୍ଚ ଶିକ୍ଷା ର ପ୍ରଥମ ଅନୁଷ୍ଠାନ ଉଦଳା ମହାବିଦ୍ୟାଳୟ

ଉଦଳା, ତା ୬/୨ : କପ୍ତିପଦା ଉପଖଣ୍ଡର ସର୍ବପୁରାତନ ମହାବିଦ୍ୟାଳୟ ଉଦଳା ମହାବିଦ୍ୟାଳୟର ଆଜି ୬୦ତମ ବର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ପଟେଲ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ ସ୍ବତନ୍ତ୍ର ଅତିଥି ଭାବେ କପ୍ତିପଦା ଉପଜିଲ୍ଲାପାଳ ତଥା କଲେଜ ସଭାପତି ସୁଶାନ୍ତ କୁମାର ବାରିକ, ମୁଖ୍ୟ ବକ୍ତା ଭାବେ ପରୀକ୍ଷା ନିୟନ୍ତ୍ରକ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର ଡ଼ ସୁବ୍ରତ କୁମାର ରଣା , ସମ୍ମାନିତ ଅତିଥି ଭାବେ ଉଦଳା ନଗରପାଳ ପ୍ରମିଳା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଢ଼େଇ ଉପଖଣ୍ଡ ଉଚ୍ଚ ଶିକ୍ଷାର କର୍ଣଧାର ସାଜି ଆସିଥିବା ଉଦଳା ମହାବିଦ୍ୟାଳୟ ୬୦ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିପାରିଛି । ମୁଖ୍ୟ ବକ୍ତା ଡ଼ ରଣା ଶୈକ୍ଷିକ ବାତାବରଣ ସମ୍ପର୍କିତ ଓ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ଦ୍ବାରା ପୁଷ୍ପ ଅର୍ପଣ କରିଥିଲେ । ବେଦମନ୍ତ୍ର ଉଚ୍ଚାରଣ ଅଧ୍ୟାପକସୁଧାକର ଆଚାର୍ଯ୍ୟ କରିଥିଲେ । ଅତିଥିଙ୍କ ପରିଚୟ ପ୍ରଦାନ ସହ ମଞ୍ଚ କୁ ଆମନ୍ତ୍ରଣ ଦାୟିତ୍ୱ ଅଧ୍ୟାପିକା ଡ଼ ମିନାକ୍ଷୀ ପରିଡା କରିଥିବା ବେଳେ ସ୍ବାଗତ ନୃତ୍ୟ ପରିବେଷଣ ଛାତ୍ରୀ କାଜଲ ମଲ୍ଲିକ ସଭି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମହାବିଦ୍ୟାଳୟର ୬୦ ବର୍ଷ ର ଗୌରବମୟ ଇତିହାସକୁ ସ୍ମୃତି ଜଡିତ ଉଦାହରଣ ପୂର୍ଵକ ଅଧ୍ୟାପକ ସୌମେନ୍ଦ୍ର କୁମାର ଦାଶ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟ ର ୨୦୨୫-୨୬ ଶିକ୍ଷା ବର୍ଷର ବାର୍ଷିକ ବିବରଣୀ ପାଠ ଅଧ୍ୟାପକ ଡ଼ ଦିବ୍ୟଲୋଚନ ଭୂୟାଁ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପଟେଲ ସଭାପତି ଅଭିଭାଷଣ ରଖିବା ସହିତ ମହାବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ଦିଗରେ ଥିବା ପ୍ରତିବନ୍ଧକ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।
ମହାବିଦ୍ୟାଳୟ ମୁଖପତ୍ର କାନନିକାକୁ ଅତିଥିମାନେ ସମୁହ ଉନ୍ମେଚନ କରିବା ସହିତ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ଓ ଶିକ୍ଷା କ୍ଷେତ୍ରରେ ସଫଳ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ଅଧ୍ୟାପକ ସଂନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଦିବସରେ ଶନିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Leave a Reply

Your email address will not be published. Required fields are marked *